ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶୁକ୍ରବାର ହସ୍ପିଟାଲ୍‌ରେ ଥିବା ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କୁ ଭେଟିଛନ୍ତି। ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଲତାଙ୍କୁ ଭେଟି ଠାକ୍‌ରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ହସ୍ପିଟାଲ୍‌ରେ ପହଞ୍ଚିବା ପରେ ଠାକ୍‌ରେ ଡାକ୍ତରମାନଙ୍କୁ ଲତାଙ୍କ ସ୍ବାସ୍ଥ୍ୟ ସଂପର୍କରେ ପଚରାଉଚରା କରିଛନ୍ତି।

Advertisment

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ୯୦ ବର୍ଷରେ ପହଞ୍ଚି ସାରିଥିବା ଲତା ଦକ୍ଷିଣ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ରେ ଅଛନ୍ତି। ନଭେମ୍ବର ୧୧ ତାରିଖରେ ସେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଭାରତ ଓ ଭାରତ ବାହାରେ ତାଙ୍କର ମନଜିଣା ଗୀତ  ପାଇଁ ଲତା ବେଶ୍‌ ପରିଚିତ। ଦୀର୍ଘ ୭୦ ବର୍ଷର ସଂଗୀତ ଜୀବନ ଭିତରେ ଲତା ବିଭିନ୍ନ ଭାଷାର ପ୍ରାୟ ୩୦ ହଜାର ଗୀତ ଗାଇଛନ୍ତି। ୨୦୦୧ ମସିହାରେ ସେ ଭାରତର ସର୍ବୋଚ୍ଚ ପୁରସ୍କାର ‘ଭାରତ ରତ୍ନ’ ପାଇଛନ୍ତି।