ନୂଆଦିଲ୍ଲୀ: ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଲା ଗୁଜୁରାଟର ରାଜନୀତି। ୫ବର୍ଷ କ୍ଷମତାରେ ରହିବା ପରେ ଇସ୍ତଫା ଦେଇଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ଆଜି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ବିଜୟ ରୂପାଣୀ କିଛି ସମୟ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ମଧ୍ୟ ରାଜ୍ୟପାଳଙ୍କ ନିକଟକୁ ଯାଇଥିଲେ ବୋଲି ସୂଚନା ମିଳିଛି। ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ, ମୁଁ ବିଜେପିକୁ ଧନ୍ୟବାଦ ଦେଉଛି।
www.indiatoday.inଆସନ୍ତା ବର୍ଷ ଡିସେମ୍ବର ୨୦୨୨ ରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ବିଜୟ ରୂପାଣୀଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗଣମାଧ୍ୟମକୁ ସମ୍ବୋଧିତ କରି ବିଜୟ ରୂପାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ମୁଁ ବିଶ୍ୱାସ କରୁଛି ଯେ ବର୍ତ୍ତମାନ ଗୁଜରାଟର ବିକାଶର ଏହି ଯାତ୍ରା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନୂତନ ଉତ୍ସାହ ଏବଂ ନୂତନ ଶକ୍ତି ସହିତ ଆଗକୁ ବଢ଼ିବା ଉଚିତ୍। ଏହାକୁ ଦୃଷ୍ଟିରେ ରଖି ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ୱରୁ ଇସ୍ତଫା ଦେଉଛି। ବର୍ତ୍ତମାନ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ, ମୁଁ ସେହି ଅନୁସାରେ କାମ କରିବି |"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/t-98.jpg)