ନୂଆଦିଲ୍ଲୀ : ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ(ଓଏଏସ୍)ଙ୍କୁ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ(ଆଇଏଏସ୍) ପାହ୍ୟାକୁ ପଦୋନ୍ନତି କରାଯିବା ପ୍ରସଙ୍ଗରେ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଅତିରିକ୍ତ ସଚିବ ପ୍ରଦୀପ କୁମାର ବିଶ୍ୱାଳ, ସାଧାରଣ ପ୍ରଶାସନ ପ୍ରମୁଖ ସଚିବ ଅଶୋକ କୁମାର ମୀନା ୟୁପିଏସ୍ସିର ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତାଲୋଚନା କରିଥିବା ଜଣାପଡ଼ିଛି। ୯ ଜଣ ଓଏଏସ୍ଙ୍କ ଏହି ପଦୋନ୍ନତି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରକ୍ରିୟା ସମ୍ପର୍କରେ ୟୁପିଏସ୍ସି ଅଧିକାରୀମାନଙ୍କୁ ଅବଗତ କରାଯାଇଛି। କିନ୍ତୁ ଏହି ଆଲୋଚନାରେ ହୋଇଥିବା ଚୁଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଶ୍ରୀ ପାଢୀ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।