ନୂଆଦିଲ୍ଲୀ: ବିପଦ ଆଶଙ୍କା ଥିବା କଥା ସଦ୍ୟ ଗୁଇନ୍ଦା ସମୀକ୍ଷାରୁ ଜଣାପଡ଼ିବା ପରେ ଭାରତୀୟ ବାୟୁସେନା ଏବଂ ନୌସେନାର ମୁଖ୍ୟମାନେ ଜେଡ୍-ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ପାକିସ୍ତାନ ସହ ଉତ୍ତେଜନାମୂଳକ ସ୍ଥିତି ଥିବା ସମୟରେ ଭାରତୀୟ ବାୟୁସେନା ଚିଫ୍ ମାର୍ସାଲ୍ ବି ଏସ୍ ଧନ୍ଓ୍ଵା ଏବଂ ନୌସେନା ମୁଖ୍ୟ ଷ୍ଟାଫ୍ ଆଡ୍ମିରାଲ୍ ସୁନୀଲ ଲାନ୍ବା ପ୍ରତି ଥିବା ବିପଦର ରୀତିମତ ସମୀକ୍ଷା କରାଯିବା ପରେ ଏ ଭଳି ନିଷ୍ପତ୍ତି ନିଆଯାଇଛି।
ବାୟୁସେନା ଓ ନୌସେନା ମୁଖ୍ୟମାନଙ୍କୁ ଜେଡ୍-ପ୍ଲସ୍ ସୁରକ୍ଷା ଦିଆଯିବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ସେନା ମୁଖ୍ୟ ଜେନେରାଲ୍ ବିପିନ ରାଓ୍ଵତ୍ ଜେଡ୍-ପ୍ଲସ୍ ସୁରକ୍ଷାରେ ଅଛନ୍ତି।
ବାୟୁସେନା ଓ ନୌସେନା ମୁଖ୍ୟଙ୍କ ଲାଗି ସମ୍ପୃକ୍ତ ବଳରୁ କମାଣ୍ଡୋ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପେରିଫେରାଲ୍ ସିକ୍ୟୁରିଟି ଯୋଗାଇ ଦିଆଯିବ।