ଲାଞ୍ଜ ସହ ଜନ୍ମ ନେଲା ଶିଶୁ ! ଦେଖିବା ପାଇଁ ଡାକ୍ତରଖାନାରେ ଲାଗିଲା ଭିଡ଼

ଗ୍ରେଟର ନୋଏଡା : ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଜଣେ ଶିଶୁ  ଜନ୍ମନେବା ପରେ ତାକୁ ଦେଖିବା ପାଇଁ ଡାକ୍ତରଖାନାକୁ ଲୋକଙ୍କ ସୁଅ ଛୁଟୁଛି । ଶିଶୁଟି ଲାଞ୍ଜ ନେଇ ଜନ୍ମ ହୋଇଥିବା କଥା ଶୁଣିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ନବଜାତକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ବଢ଼ୁଥିବାରୁ ଡାକ୍ତର ବାଧ୍ୟ ହୋଇ ଶିଶୁକୁ ନିଜ ଘରକୁ ପଠାଇ ଦେଇଥିଲେ ।

'पूंछ' के साथ पैदा हुआ बच्चा, अस्पताल में देखने के लिए उमड़ पड़े लोग
aajtak.intoday.in

ସୂଚନା ମୁତାବକ, ଗ୍ରେଟର ନୋଏଡାରେ ଥିବା ଦନକୌର୍‌ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳା ଶିଶୁଟିକୁ ଜନ୍ମ ଦେଇଥିଲେ । ଜନ୍ମ ହେବା ପରେ ଶିଶୁଟିର ଲାଞ୍ଜ ଥିବା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଖବରଟି ଧିରେ ଧିରେ ଡାକ୍ତରଖାନାରେ ପ୍ରସାର ହେବା ପରେ ଡାକ୍ତରଖାନା କର୍ମଚାରୀ ଓ ସ୍ଥାନୀୟ ଲୋକେ ଶିଶୁଟିକୁ ଦେଖିବାକୁ ପହଞ୍ଚିଥିଲେ । ତେବେ ଶିଶୁଟିର ଏଭଳି ଅବସ୍ଥାକୁ ଦେଖି କଞ୍ଜେନାଇଟଲ ନର୍ମାଲିଟିର ସମସ୍ୟା ପାଇଁ ଏଭଳି ଲାଞ୍ଜ ବାହାରିଥିବା କହିଥିଲେ ଡାକ୍ତର । ଯାହା ଖୁବ୍‌ କମ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ ।

ସମ୍ବନ୍ଧିତ ଖବର