ନୂଆଦିଲ୍ଲୀ: ଦିଲ୍ଲୀର ଅଭିଭାବକମାନଙ୍କ ପାଇଁ ଖୁସି ଖବର | ଏବେ ସ୍କୁଲରେ ଆପଣଙ୍କ ପିଲାର ସ୍ଥିତି ବାବଦରେ ଲାଇଭ ବା ସିଧାପ୍ରସାରଣ ଦେଖିପାରିବେ | ଶ୍ରେଣୀଗୃହଠାରୁ ଆରମ୍ଭ କରି ସ୍କୁଲ ପଡିଆ ଯାଏଁ ସବୁ ସ୍ଥାନରେ ଆପଣଙ୍କ ପିଲାଙ୍କ ଅବସ୍ଥା ବାବଦରେ ଜାଣିପାରିବେ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି | କେଜ୍ରିୱାଲ ଦାବି କରିଛନ୍ତି ଯେ ଏହି ପ୍ରକଳ୍ପ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବ |
/sambad/media/post_attachments/wp-content/uploads/2019/06/school_girls-300x169.jpeg)
ଦିଲ୍ଲୀର ସବୁ ସ୍କୁଲରେ ସିସିଟିଭି କ୍ୟାମେରା ଲାଗିବାକୁ ଥିବାବେଳେ ଅଭିଭାବକମାନେ ମୋବାଇଲ ମାଧ୍ୟମରେ ତାଙ୍କ ପିଲାର ଗତିବିଧି ବାବଦରେ ଜାଣିପାରିବେ | କେଜ୍ରିୱାଲ କହିଛନ୍ତି ଯେ ଦୁନିଆର ଆଉ କୌଣସି ସ୍କୁଲରେ ଏଭଳି ବ୍ୟବସ୍ଥା ନାହିଁ | ଅନ୍ୟ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଥିଲେ ବି ଶ୍ରେଣୀଗୃହର ଭିଡିଓ ଅଭିଭାବକମାନେ ଲାଇଭ ଦେଖିପାରନ୍ତି ନାହିଁ | କିନ୍ତୁ ଏଣିକି ଅଭିଭାବକ ସ୍କୁଲ ପରିସରରେ ତାଙ୍କ ପିଲାର ସବୁ ସ୍ଥିତି ବାବଦରେ ଜାଣିପାରିବେ |
/sambad/media/post_attachments/wp-content/uploads/2019/05/xarvindkejriwal17-1556256994.jpg.pagespeed.ic_.mn4O5gnH8Q-300x225.jpg)
ତେବେ ବର୍ତ୍ତମାନ ପାଇଁ ଦିଲ୍ଲୀର ଲାଜପତ ନଗରରେ ଏହି ବ୍ୟସ୍ଥା ଆରମ୍ଭ କରାଯାଇଛି | ସ୍କୁଲର ଶ୍ରେଣୀଗୃହ, ବାରଣ୍ଡା, ଖେଳପଡିଆରେ ୨୧୦ଟି ସିସିଟିଭି କ୍ୟାମେରା ଲଗାଯାଇଛି | ଆଗକୁ ସବୁ ସ୍କୁଲରେ ଏସବୁ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଦିଲ୍ଲୀ ସରକାର କହିଛନ୍ତି | ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବାର କେଜ୍ରିୱାଲ କହିଛନ୍ତି |