ଅଦାନି ଫାଉଣ୍ଡେସନ ହସ୍ପିଟାଲରେ ଶିଶୁ ମଡ଼କ

୫ ମାସରେ ୧୧୧ ଶିଶୁ ମୃତ

ଅହମ୍ମଦାବାଦ: ଗୁଜରାଟର ଭୁଜ ଜିଲ୍ଲାରେ ଥିବା ଅଦାନି ଗ୍ରୁପର ଜି.କେ.ଜେନେରାଲ ହସ୍ପିଟାଲରେ ବିଗତ ୫ ମାସ ମଧ୍ୟରେ ୧୧୧ ଜଣ ଶିଶୁଙ୍କ ମୃତ୍ୟୁ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏନେଇ ଖବର ପ୍ରସାରିତ ହେବା ପରେ ଗୁଜରାଟ ସ୍ୱାସ୍ଥ୍ୟ ସଚିବ ଜୟନ୍ତୀ ରବି ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ଖବର ମୁତାବକ, ଗତ ଜାନୁଆରି ମାସରୁ ମେ’ ୨୦ ଯାଏଁ ହସ୍ପିଟାଲରେ ମୋଟ ୭୭୭ ଜଣ ନବଜାତକ ଶିଶୁ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏହି ହସ୍ପିଟାଲରେ ଗତ ବର୍ଷ ୨୫୮, ୨୦୧୬ରେ ୧୮୪ ଓ ୨୦୧୫ରେ ୧୬୪ ନବଜାତକଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର