ଦୁଃଖଦ ଘଟଣା: କରୋନା ଯୁଦ୍ଧରେ ଜିତିକି ଆସିଥିବା ୧୮ଦିନ ଶିଶୁ ମା’କୁ ହରାଇ ଦେଲା

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ୧୮ଦିନର ଶିଶୁ କରୋନା ଯୁଦ୍ଧରେ ଜିତି ଘରକୁ ଫେରିଥିବା ବେଳେ ମା’କୁ ହରାଇ ଦେଇଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କାରଣ ଶିଶୁକୁ ଜନ୍ମ ଦେବାର ଦୁଇଦିନ ପରେ ମା’ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇ ଦେଇଥିଲା।

ସୂଚନାଯୋଗ୍ୟ, ଭୋପାଳର ପିପୁଲ୍ସ ହସ୍ପିଟାଲରେ ରୁହି ଖାନଙ୍କୁ ଭର୍ତ୍ତି କରା ଯାଇଥିଲା।  ରୁହି ୩୫ ସପ୍ତାହର ଅନ୍ତସତ୍ତ୍ବା ଥିବା ବେଳେ ମୁଖତଃ ଉତ୍ତରପ୍ରଦେଶର ପ୍ରୟାଗରାଜରେ ବସବାସ କରୁଥିଲେ। କରୋନା ପଜିଟିଭ ଚିହ୍ନଟ ହେବା ପରେ ରୁହିଙ୍କୁ ପ୍ରୟାଗରାଜର କୌଣସି ହସ୍ପିଟାଲରେ ଭର୍ତ୍ତି କରାଯାଇ ନଥିଲା।

ଏହାପରେ ରୁହିଙ୍କ ସ୍ବାମୀ ସ୍ତ୍ରୀକୁ ନେଇ ୭୦୦କିମି ଦୂର ଭୋପାଳରେ ପହଞ୍ଚିଥିଲେ। ସେଠାରେ ପିପୁଲ୍ସ ହସ୍ପିଟାଲରେ ରୁହିଙ୍କୁ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି କରାଯାଉଥିବା ସମୟରେ ରୁହିଙ୍କ ଅକ୍ସିଜେନସ୍ତର ୮୦ରେ ଥିଲା। ରୁହି ମଇ ୨ରେ ଶିଶୁକୁ ଜନ୍ମ ଦେଇଥିଲେ। ଏହାପରେ ଶିଶୁର କରୋନା ପରୀକ୍ଷା କରାଯିବାରୁ ତାର ବି କରୋନା ରିପୋର୍ଟ ପଜିଟିଭ ଆସିଥିଲା।

ଶିଶୁକୁ ଜନ୍ମ ଦେବାର ଦୁଇଦିନ ପରେ ମା’ର ମୃତ୍ୟୁ ହୋଇଯାଇଥିଲା। କରୋନା ପିଜିଟିଭ ଥିବା ଶିଶୁକୁ କ୍ରମାଗତ ଭାବେ ୧୮ଦିନ ଚିକିତ୍ସା କରିବା ପରେ ଶେଷରେ ସୁସ୍ଥ ହୋଇ ଯାଇଥିଲା। ଏହାପରେ ଶିଶୁକୁ ପରିବାର ଲୋକ ଘରକୁ ନେଇ ଯାଇଥିଲେ। କିନ୍ତୁ ଘରେ ପହଞ୍ଚିବା ପରେ ଶିଶୁଟି ମା’ର ସ୍ନେହ ପାଇବାରୁ ବଞ୍ଚିତ ଥିଲା। କାରଣ ତା ମା’ତାକୁ ପର କରି ଅଫେରା ରାଇଜକୁ ଚାଲି ଯାଇଥିଲା।

ସମ୍ବନ୍ଧିତ ଖବର