ପ୍ରେସରକୁକରରେ ପଶିଗଲା ଶିଶୁର ମୁଣ୍ଡ, ତା ପରେ କଣ ହେଲା ଜାଣନ୍ତୁ

ଅହମ୍ମଦାବାଦ: ପ୍ରେସରକୁକରରେ ଫସିଗଲା ଶିଶୁର ମୁଣ୍ଡ | ଆଉ ଡାକ୍ତରଙ୍କ ଉଦ୍ୟମ ପରେ ଜୀବିତ ଅବସ୍ଥାରେ ଉଦ୍ଧାର ହେଲେ ଶିଶୁ | ଗୁଜୁରାଟର ଭାବନଗର ଜିଲ୍ଲାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଭାବନଗରର ପିରଚାଲା ଛକ ଅଞ୍ଚଳରେ ଆଜି ଖେଳୁଥିବା ସମୟରେ ବର୍ଷକର ଝିଅ ମୁଣ୍ଡରେ ଏହି ପ୍ରେସର କୁକରଟି ଫସିଯାଇଥିଲା | ଏହା ପରେ ଝିଅର ପରିବାର ଲୋକ କୁକରକୁ ହଟାଇବାକୁ ବହୁ ଚେଷ୍ଟା କରିଥିଲେ |

photo-aajtak

କିନ୍ତୁ ସେମାନେ କୁକରକୁ ବାହାର କରି ପାରିନଥିଲେ। ଶେଷରେ କୁନି ଝିଅଟିକୁ ଡାକ୍ତରଖାନା ନିଆଯାଇଥିଲା | ଡାକ୍ତରମାନେ ଡାକ୍ତରଖାନାରେ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ କୁକରରୁ ମୁଣ୍ଡରୁ ବାହାର କରିପାରିନଥିଲେ | ଏହା ପରେ ଜଣେ ବାସନକୁସନ କଟାଳିଙ୍କୁ ଡକାଯାଇଥିଲା | ସେ ଅତ୍ୟନ୍ତ ସନ୍ତର୍ପଣର ସହିତ ପିଲାଟିର ମୁଣ୍ଡରେ ଲାଖିଥିବା ପ୍ରେସରକୁ କାଟିବା ଆରମ୍ଭ କରିଥିଲେ |

କାରଣ ଏଥିରେ ପିଲାଟିକୁ ମଧ୍ୟ ଆଘାତ ଲାଗିବାର ଆଶଙ୍କା ଥିଲା | ପାଖାପାଖି ୪୫ ମିନିଟର ଚେଷ୍ଟା ପରେ କଟର ସାହାଯ୍ୟରେ କୁକରକୁ କାଟି ପିଲାଟିର ମୁଣ୍ଡ ବାହାର କରାଯାଇଥିଲା | ଏହି ଘଟଣାକୁ ନେଇ ଡାକ୍ତର କହିଛନ୍ତି ଯେ ଶିଶୁର କପାଳରେ ସାମାନ୍ୟ ଆଘାତ ଲାଗିଛି ଓ ବର୍ତ୍ତମାନ ଝିଅଟି ଉପରେ ନଜର ରଖାଯାଇଛି।

ସମ୍ବନ୍ଧିତ ଖବର