ଶିଶୁ ଶ୍ରମିକଙ୍କ ଉଦ୍ଧାର ଅଭିଯାନ ଜାରି, ଜୁନ୍ ୧୨ରୁ ୨୦ ଶିଶୁ ଶ୍ରମିକ ଉଚ୍ଛେଦ ସପ୍ତାହ

ନୂଆଦିଲ୍ଲୀ : ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌) ଜୁନ୍ ୧୨ରୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହକୁ ଶିଶୁ ଶ୍ରମିକ ଉଚ୍ଛେଦ ସପ୍ତାହ ରୂପେ ପାଳନ କରୁଛି। ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ଦେଶର ୭୫ଟି ବିଭିନ୍ନ ଜିଲ୍ଲାରେ ଶିଶୁ ଶ୍ରମିକ ସମସ୍ୟା ଓ ଏହାର ନିରାକରଣ ପ୍ରତି ଦୃଷ୍ଟି ଦେବା ପରିପ୍ରେକ୍ଷୀରେ ଏହା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ସପ୍ତାହ ମଧ୍ୟରେ ଦେଶର ୭୫ଟି ସ୍ଥାନରେ ଯେଉଁଠାରେ ଶିଶୁମାନେ ଶ୍ରମିକ ଭାବେ ରଦି ଓ ଅଟୋମୋବାଇଲ ବଜାରରେ କାର୍ଯ୍ୟରତ, ସେଠାରେ ସେମାନଙ୍କୁ ଉଦ୍ଧାର କରାଯିବ।

ରାଜ୍ୟ ଆୟୋଗ (ଏସ୍‌ସିପିସିଆର୍) ଭଳି କର୍ତ୍ତୃପକ୍ଷ, ଜିଲ୍ଲା କର୍ତ୍ତୃପକ୍ଷ, ଶିଶୁ କଲ୍ୟାଣ କମିଟି, ଡିଏଲ୍‌ଏସ୍‌, ଚାଇଲ୍ଡ ଲାଇନ, ପୁଲିସ, ଏସ୍‌ଜେପିୟୁ, ଶ୍ରମ ବିଭାଗ ଓ ଅନ୍ୟାନ୍ୟ ସହଯୋଗୀ ଅଂଶୀଦାର ସେମାନଙ୍କୁ ଉଦ୍ଧାର କରିବେ। ଶିଶୁ ଶ୍ରମିକ ମକଦ୍ଦମାର ଶିକାର ହେଉଥିବା ପିଲାମାନଙ୍କ ମାମଲାର ତଦନ୍ତ ଓ ପୁନର୍ବାସ ସଂକ୍ରାନ୍ତ ବିଭିନ୍ନ ନିୟମାବଳିକୁ ସରଳ କରିବା ପାଇଁ ଚେଷ୍ଟା କରାଯାଇଛି। ଏନ୍‌ସିପିସିଆର୍‌ ବାଲ ସ୍ୱରାଜ ପୋର୍ଟାଲରେ ଆୟୋଗ ଶିଶୁଶ୍ରମିକ ଓ ସେମାନଙ୍କ ଉଦ୍ଧାର ସଂକ୍ରାନ୍ତରେ ଏକ ପୁସ୍ତକ ଲିଙ୍କ ତିଆରି ଉଦ୍ୟମ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର