ନ୍ୟୁୟର୍କ: ଦୁଇ ଦଶନ୍ଧି ମଧ୍ୟରେ ବିଶ୍ବରେ ପ୍ରଥମ ଥର ପାଇଁ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କରୋନାଭାଇରସ୍ ସଙ୍କଟ ଆହୁରି ଲକ୍ଷ ଲକ୍ଷ ପିଲାଙ୍କୁ ଶ୍ରମିକ ସଜାଇ ଦେବ ବୋଲି ଗୁରୁବାର ଦିନ ଜାତିସଂଘ କହିଛି।
ମିଳିତ ରିପୋର୍ଟରେ ‘ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ’ ଏବଂ ଜାତିସଂଘର ଶିଶୁ ଏଜେନ୍ସି ‘ୟୁନିସେଫ୍’ କହିଛନ୍ତି ଯେ, ୪ ବର୍ଷ ମଧ୍ୟରେ ୮.୪ ନିୟୁତ ବୃଦ୍ଧି ପାଇ ୨୦୨୦ ପ୍ରାରମ୍ଭ ବେଳକୁ ଶିଶୁ ଶ୍ରମିକ ୧୬୦ ନିୟୁତରେ ପହଞ୍ଚିଥିଲା। ୨୦୦୦ ରୁ ୨୦୧୬ ମଧ୍ୟରେ ୯୪ ନିୟୁତ ହ୍ରାସ ପାଇଥିବା ଶିଶୁ ଶ୍ରମିକ ସଂଖ୍ୟା କୋଭିଡ୍-୧୯ ମହାମାରୀ ପୂର୍ବରୁ ହିଁ ଏତେ ସଂଖ୍ୟାରେ ବଢ଼ିଯାଇଛି।
Image Courtesy of The Independentକୋଭିଡ୍-୧୯ ସଂକ୍ରମଣ ବିସ୍ତାର ଘଟୁଥିବା ବେଳେ ବିଶ୍ବବ୍ୟାପୀ ପ୍ରତି ୧୦ଜଣ ପିଲାଙ୍କ ମଧ୍ୟରୁ ଜଣେ ଶିଶୁ ଶ୍ରମିକ ପାଲଟି ଯାଇଥିଲେ। ଉପ-ସାହାରୀୟ ଆଫ୍ରିକାରେ ସର୍ବାଧିକ ଶିଶୁ ଶ୍ରମିକ ବୃଦ୍ଧି ପାଇଥିବା ରିପୋର୍ଟ ହୋଇଛି।
Image Courtesy of Reutersସତର୍କ କରାଇ ଜାତିସଂଘ କହିଛି ଯେ, ସମ୍ପ୍ରତି ଦାରିଦ୍ର୍ୟ କବଳିତ ହୋଇଚାଲୁଥିବା ବହୁସଂଖ୍ୟକ ପରିବାରଙ୍କୁ ସାହାଯ୍ୟ କରିବା ଲାଗି ଜରୁରୀ ବନ୍ଦୋବସ୍ତ କରା ନ ଗଲେ ଆଗାମୀ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୫୦ ନିୟୁତ ପିଲା ଶ୍ରମିକ ହେବାକୁ ବାଧ୍ୟ ହେବେ।
‘ୟୁନିସେଫ୍’ର ମୁଖ୍ୟ ହେନ୍ରିଟା ଫୋର୍ ସାମ୍ବାଦିକମାନଙ୍କୁ କହିଛନ୍ତି, ଶିଶୁ ଶ୍ରମିକ ବ୍ୟବସ୍ଥା ଅବସାନ ନିମିତ୍ତ ସଂଗ୍ରାମରେ ଆମେ ପଛଘୁଞ୍ଚା ଦେଉଥିବା ବେଳେ ଏହି ମନ୍ଦ ପରିସ୍ଥିତିକୁ କୋଭିଡ୍-୧୯ ସଙ୍କଟ ରସାତଳକୁ ନେଇ ଯାଉଛି। ଦ୍ବିତୀୟ ବର୍ଷର ବୈଶ୍ବିକ ‘ଲକ୍ଡାଉନ୍’, ସ୍କୁଲ୍ ବନ୍ଦ, ଆର୍ଥିକ ବ୍ୟାଘାତ ଏବଂ ଜାତୀୟ ବଜେଟ୍ ସଙ୍କୋଚନ ଯୋଗୁଁ ପରିବାର ସବୁ ଏଭଳି ହୃଦୟ ବିଦାରକ ବିକଳ୍ପ ବ୍ୟବସ୍ଥା ଚୟନ କରିବାକୁ ବାଧ୍ୟ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Child-Labour-in-World_Thumbnail.jpg)