ୟୁକ୍ରେନ ଓ ଋଷ ଯୁଦ୍ଧରେ ପ୍ରାଣ ହରାଇଥିବା ମା’ ପାଇଁ ଝିଅର ଭାବବିହ୍ବଳ ଚିଠି

ନୂଆଦିଲ୍ଲୀ: ଜଣେ ୯ବର୍ଷର ଝିଅ ତା’ ମା’ର ମୃତ୍ୟୁ ପରେ ଏକ ଭାବବିହ୍ବଳ ଚିଠି ଲେଖିଛି। ଏହି ଚିଠିଟି କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଝିଅ ଜଣକ ଚିଠି‌ରେ ଉଲ୍ଲେଖ କରିଛି କି, ‘ସେ ଭଲ ମଣିଷ ହେବ, ଆଉ ତା ର ମା’କୁ ସ୍ବର୍ଗରେ ଭେଟିବ।’

ମୃତ ମା’ର ଝିଅ ଚିଠିରେ ଲେଖିଛି, ‘ମା’ ଏହି ଚିଠି ତୁମ ପାଇଁ ଉପହାର। ତୁମକୁ ଲାଗୁଛି କି ମୋତେ ପାଳିପୋଷି ଅଯଥା ସମୟ ନଷ୍ଟ କରିଛ.. କିନ୍ତୁ ମୋର ଜୀବନର ସବୁଠାରୁ ସ୍ବତନ୍ତ୍ର ୯ବର୍ଷ ପାଇଁ ଧନ୍ୟବାଦ। ତୁମେ ଦୁନିଆର ସର୍ବ‌ଶ୍ରେଷ୍ଠ ମା’। ମୁଁ ତୁମକୁ କେବେ ହେଲେ ଭୁଲି ପାରିବି ନାହିଁ। ମୁଁ ଚାହୁଁଛି ତୁମେ ସ୍ବର୍ଗରେ ସବୁଠାରୁ ଖୁସିରେ ରୁହ। ଆମେ ସ୍ବର୍ଗରେ ଦେଖାହେବା। ସ୍ବର୍ଗକୁ ଯିବା ପାଇଁ ମୁଁ ସମସ୍ତ ପ୍ରକାର ପ୍ରୟାସ କରିବି।’

 

ତେବେ କିଛିଦିନ ପୂର୍ବରୁ ଆଉ ଜଣେ ଶିଶୁର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଶିଶୁ ଜଣକୁ ନିଜ ମା’ ବାପାଙ୍କୁ ଛାଡ଼ିବାକୁ ପଡ଼ିଥିଲା। ଏହାପରେ ୧୧ବର୍ଷର ବାଳକ ଏକାକି ୯୬୫କିଲୋମିଟର ଯାତ୍ରା କରିଥିଲା। ଏହି ସମୟରେ ତାର ହାତରେ ଏକ ଫୋନ ନମ୍ବର ଲେଖାଥିଲା। ଏହି ବାଳକ ନିଜ ଜୀବନ ବଞ୍ଚାଇ ଏକାକି ସ୍ଲୋଭାକିଆ ସୀମାରେ ପହଞ୍ଚିଥିଲା।

 

ସମ୍ବନ୍ଧିତ ଖବର