ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିଜ ଦୁଃଖ ଜଣାଇଲେ ଦୁଷ୍କର୍ମ ପୀଡିତାର ପିତା 

ହାଇଦ୍ରାବାଦ: ହାଇଦ୍ରାବାଦରେ ୪ବର୍ଷର ନାବାଳିକାକୁ ସ୍କୁଲ ଭିତରେ ଜଣେ ପର୍ଯ୍ୟବେକ୍ଷକ ଦୁଷ୍କର୍ମ କରିଥିବା ଘଟଣା ସାମ୍ନା ଆସିଥିଲା। ଏହି ଘଟଣାକୁ ନେଇ ପୀଡିତାର ବାପା ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଝିଅ ପାଇଁ ଚିଠି ଲେଖିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଅଫିସକୁ ପଠାଇଥିବା ଏହି ଚିଠିରେ ପୀଡିତା ପିତା ଝିଅର ପଢା ପାଇଁ ସାହାଯ୍ୟର ମାଗିଛନ୍ତି। ସେ ବାହାରେ ଚାକିରି ଛାଡିବା ସହ ନୂଆ ଚାକିରି ଖୋଜୁଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଦ୍ଵାରା ଆର୍ଥିକ ସୁବିଧାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହା ଅପହଞ୍ଚ ନଥିବା କଥା କହିଛନ୍ତି। ତାଙ୍କ ଝିଅ ଏବେ ସୁଦ୍ଧା ଚିନ୍ତାରେ ରହୁଛି । ସ୍ୱଭାବିକ ହୋଇ ପାରୁ ନାହିଁ। ତେଣୁ ବେଟି ବଚାଓ ବେଟି ପଢାଏ ସ୍କିମରେ ତାଙ୍କ ଝିଅର ଅଧିକ ଶିକ୍ଷା ପାଇଁ ଅର୍ଥ ରାଶି ଯୋଗାଇବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହାସହ ଗିରଫ ହୋଇଥିବା ଦୋଷୀକୁ ଉପୁଯୁକ୍ତ ଦଣ୍ଡ ଦେବା ପାଇଁ ପୀଡିତାର ବାପା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର