ଥକି ପଡ଼ି ସୁଟ୍‌କେସ୍‌ ଉପରେ ଶୋଇ ପଡ଼ିଛି ଶିଶୁ, ଦଉଡ଼ି ସାହାଯ୍ୟରେ ଟାଣି ଟାଣି ଘରକୁ ଯିବା ପାଇଁ ଶହଶହ କିମି ବାଟ ଚାଲୁଛି ମା’…

ଆଗ୍ରା: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଦେଶରେ ଲକ୍‌ଡାଉନ୍‌-୩ ଲାଗୁ କରାଯାଇଛି। ଏହାରି ଭିତରେ ଫସି ରହିଥିବା ଶ୍ରମିକ ଖାଇବାକୁ ପିଇବାକୁ ନ ପାଇ ଘରକୁ ଫେରିବା ପାଇଁ ବାଧ୍ୟ ହେଉଛନ୍ତି। କିଏ ପାଦରେ ଚାଲିଚାଲି ତ ଆଉ କିଏ ସାଇକେଲ ସାହାଯ୍ୟରେ ଶହଶହ କିଲୋମିଟର ଅତିକ୍ରମ କରି ଘରକୁ ଫେରୁଛନ୍ତି। ଏହି ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ସହିତ ଜଡ଼ିତ ଅନେକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। କାହାର ଚାଲିଚାଲି ପାଦ ଥକି ପଡ଼ିଲାଣି ତ, ଆଉ କାହାର ପାଦରୁ ଛାଲ ବାହାରି ରକ୍ତ ବୋହିଲାଣି।

ଏହି କ୍ରମରେ ଏମିତି ଆଉ ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ମା’ ପ୍ରବାସୀ ଶ୍ରମିକଙ୍କ ସହିତ ମିଶି ପଞ୍ଜାବରୁ ବାହାରି ଝାନ୍‌ସୀ ଅଭିମୁଖେ ଯାତ୍ରା କରି ଘରକୁ ଫେରୁଛନ୍ତି। ଏହି ସମୟରେ ଚାଲିଚାଲି ଥକି ପଡ଼ିଥିବା ଶିଶୁ ମା’ ଧରିଥିବା ସୁଟ୍‌କେସ୍‌ ଉପରେ ଶୋଇ ପଡ଼ିଛି। ଥକି ପଡ଼ିଥିବା ଶିଶୁୁକୁ ସୁଟକେସ୍‌ ଉପରୁ ମା’ ଚାହିଁଲେ ବି ଉଠାଇ ପାରୁ ନାହିଁ। କାରଣ ସେ ବି ତାର ଶିଶୁର ଯନ୍ତ୍ରଣାକୁ ଅନୁଭବ କରି ପାରୁଛି। କିଛି ଉପାୟ ନପାଇ ଶିଶୁଟି ସେମିତି ସୁଟକେସ୍‌ ଉପରେ ଶୋଇଥିବା ଅବସ୍ଥାରେ ହିଁ ମା’ ତାକୁ ଟାଣିଟାଣି ଘର ଅଭିମୁଖେ ଯାତ୍ରା କରୁଛି।

लॉकडाउन के बीच मजदूरों की मजबूरी: जिगर के टुकड़े को सूटकेस पर सुलाया, और सड़क पर घसीटते हुए घर को चली मां
ndtv.

ତେବେ ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକମାନେ ଘରକୁ ଯାଉଥିବା ସମୟରେ ଅନେକ ଦୁର୍ଘଟଣାର ବି ଶିକାର ହେଉଛନ୍ତି। ଗୁରୁବାର ସକାଳେ ପ୍ରକାଶ ପାଇଥିବା ଖବର ମୁତାବକ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରରେ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଏଯାବତ ୧୬ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇସାରିଲାଣି।

କିଛି ପ୍ରବାସୀ ଶ୍ରମିକଙ୍କ କହିବାନୁସାରେ, ଘର ବାହୁଡ଼ା ଶ୍ରମିକଙ୍କ ପାଇଁ ବସ୍‌ ଓ ଟ୍ରେନ୍‌ ସେବା ଯୋଗାଇ ଦିଆଯାଉଛି। କିନ୍ତୁ ଏହା ବହୁତ ମହଙ୍ଗା ହେବା ସହିତ ଦସ୍ତାବିଜ ଯାଞ୍ଚ ବହୁତ କଡ଼ାକଡ଼ି ରହିଛି। ଏହି କାରଣରୁ ପ୍ରବାସୀ ଶ୍ରମିକମାନେ ଚାଲିଚାଲି ନିଜ ଘରକୁ ଯିବାକୁ ଠିକ୍‌ ଭାବୁଛନ୍ତି।

ସମ୍ବନ୍ଧିତ ଖବର