ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପରିବାରର ଭିଡିଓ ଘୂରି ବୁଲିଛି। ଏହି ପରିବାରର ସଦସ୍ୟଙ୍କୁ ଦେଖିଲେ ମନରେ ଏକ ପ୍ରକାର ସକରାତ୍ମକ ଭାବନା ବୃଦ୍ଧି ପାଉଛି। ସାମ୍ନାକୁ ଆସିଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି, ଗୋଟିଏ ପରିବାର ଦିଲ୍ଲୀ ମେଟ୍ରୋ ଟ୍ରେନରେ ଯାତ୍ରା କରୁଛନ୍ତି। ତିନିଜଣ ସନ୍ତାନଙ୍କ ସହିତ ତାଙ୍କ ଦୃଷ୍ଟିବାଧିତ ପିତାମାତା ବି ଅଛନ୍ତି। ଏହି ୫ଜଣ ସଦସ୍ୟଙ୍କର ଜୀବନର ଏଭଳି ଅବସ୍ଥାକୁ ନେଇ କୌଣସି ପ୍ରକାର ଅଭିଯୋଗ ନାହିଁ। ନଷ୍ଟାଗ୍ରାମରେ ଭିଡିଓକୁ ସଲ୍ଟି ସିଚା ଅଫିସିଆଲ ନାମକ ଆକାଉଣ୍ଟରେ ସେୟାର କରାଯାଇଛି।
ଏହି ପୋଷ୍ଟ ସେୟାର କରି କ୍ୟାପ୍ସନରେ ଲେଖାହୋଇଛି, ଏହା ହେଉଛି ପୂରା କାହାଣୀ। ମୁଁ ସିଚା। ଆଜି ଘରୁ ଅଫିସକୁ ଫେରୁଥିଲି। ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ମେଟ୍ରୋ ହେଲପର ଆସି ସୁନିଶ୍ଚିତ କରିଥିଲେ କି ଏହି ପରିବାରକୁ ଫ୍ୟାମିଲି କୋଚରେ ସ୍ବତନ୍ତ୍ର ଆସନ ଦିଆଯାଉ। ଏହି ପରିବାରରେ ଦୁଇଜଣ ବୟସ୍କ ଥିଲେ। ଯାହାଙ୍କ ଦୃଷ୍ଟିଶକ୍ତି ନ ଥିଲା। ସେମାନଙ୍କ ସହିତ ତିନିଜଣ ସନ୍ତାନ ବି ଥିଲେ। ଏହି ପରିବାରର ପ୍ରତ୍ୟେକ ସଦସ୍ୟ ଖୁବ୍ ଖୁସି ଥିଲେ। ଉକ୍ତ ପରିବାରକୁ ଦେଖି ମୋତେ ଏକ ସକାରାତ୍ମକ ଶକ୍ତି ମିଳିଥିଲା। ହରେକୃଷ୍ଣ... ଆମକୁ ଦେଖ ଯେତେ ସୁବିଧା ଥିଲେ ବି ସବୁବେଳେ କୌଣସି ନା କୌଣସି କଥାକୁ ନେଇ ଜୀବନରେ ଅଭିଯୋଗ ରହିଥାଏ। ମୋ ମତରେ ଯେମିତି ଜୀବନ ଅଛି ତାହାକୁ ସ୍ବୀକାର କରିବା ଆଉ ପ୍ରତି ମୁହୂର୍ତ୍ତକୁ ଖୁସିରେ ଉପଭୋଗ କରିବା ଉଚିତ।