ଏ ଦେଶର ପିଲାମାନେ ଜନ୍ମରୁ ରାଜନୀତିଜ୍ଞ, ବାପମାଆଙ୍କୁ କେମିତି ବୁଝାଇ ହୁଏ ସେମାନଙ୍କୁ ଜଣା: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ପୂର୍ବରୁ ଦିଲ୍ଲୀର ତଲକତୋରା ଷ୍ଟାଡିୟମ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଚାପ ସମ୍ବନ୍ଧୀୟ ଅଭିଭାଷଣ ଦେଇଛନ୍ତି।

ସମଗ୍ର ଦେଶର ଛାତ୍ରଛାତ୍ରୀଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ହଜାର ହଜାର ପ୍ରଶ୍ନ ଆସିଛି। ପରୀକ୍ଷା ଚାପ ଏବଂ ପିତାମାତାଙ୍କ ଆକାଙ୍‌କ୍ଷାକୁ କେମିତି ଯୋଗଦ୍ୱାରା ମୁକାବିଲା କରି ହେବ, ସେ ବିଷୟରେ ପିଲାଏ ପ୍ରଶ୍ନ କରିଛନ୍ତି। ନିଜର ଆଗ୍ରହ ନ ଥିବା ବିଷୟ ପଢ଼ିବାକୁ ବାଧ୍ୟ କରାଯାଉଥିବା ଯୋଗୁଁ ସୃଷ୍ଟ ଚାପକୁ କେମିତି ମୁକାବିଲା କରାଯିବ, ତାହା ମଧ୍ୟ ପଚରାଯାଇଥିଲା।

ମଧ୍ୟାହ୍ନ ୧୨ରେ ଆରମ୍ଭ ହୋଇଥିବା ଭାବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ‘ପରୀକ୍ଷା ପର୍‌ ଚର୍ଚ୍ଚା’ରେ ୯ମ ରୁ ୧୦ମ ଶ୍ରେଣୀ ଯାଏଁ ପିଲାଏ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରି ଥିଲେ। ସେ କହିଲେ, ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରୁଛ ବୋଲି ଭୁଲିଯାଅ। ମୋତେ ତୁମର ସାଙ୍ଗ ବୋଲି ଭାବ। ଆଜି ତୁମମାନଙ୍କର ପରୀକ୍ଷା ନୁହେଁ, ମୋର ପରୀକ୍ଷା।

ଆମେ ବିବିଧତା ଏବଂ ଭିନ୍ନ ଭିନ୍ନ ଭାଷାର ଦେଶବାସୀ। କିନ୍ତୁ, ମୁଁ ସବୁ ଭାଷା କହିବାକୁ ଅସମର୍ଥ, ମୁଁ ତାମିଲି, ମାଲୟାମ୍‌ କିଂବା ଅନ୍ୟାନ୍ୟ ଭାଷା କହି ପାରିବି ନାହିଁ। କିନ୍ତୁ ଭାଷାନ୍ତର ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆଜିର ସମ୍ଭାଷଣ କଥା ଜାଣିପାରିବେ।

ଆମେ ଉତ୍ତମ ରୂପେ ପ୍ରସ୍ତୁତି କରନ୍ତି, କିନ୍ତୁ ଯଦି ଆମ ଭିତରେ ବିଶ୍ୱାସ ନ ରହେ ତେବେ ଶେଷ ମୁହୂର୍ତ୍ତରେ ବହୁ କଥା ଭୁଲି ଯାଆନ୍ତି।
ଦିଲ୍ଲୀର ଜଣେ ଛାତ୍ର ପଚାରିଲେ, ପ୍ରସ୍ତୁତି ପରେ ମଧ୍ୟ ଆମ ଉପରେ ପଡୁଥିବା ଚାପକୁ କେମିତି ମୁକାବିଲା କରିବୁ?

ପ୍ରଧାନମନ୍ତ୍ରୀ କହିଲେ, କଠିନ ପରିଶ୍ରମ ଏବଂ ନିଜ ପ୍ରତି ଆହ୍ଵାନ ଦେବା ଦ୍ୱାରା ଆତ୍ମବିଶ୍ୱାସ ଜନ୍ମେ। ନିଜକୁ ଉନ୍ନତ କରିବାକୁ ଆମେ ସର୍ବଦା ଉଦ୍ୟମ କରିବା ଉଚିତ। ସ୍କୁଲ୍‌କୁ ଗଲାବେଳେ ଭାବ ନାହିଁ ଯେ କେହି ଜଣେ ତୁମକୁ ନମ୍ବର ଦେବେ, ତୁମର ମୂଲ୍ୟାୟନ କରିବେ, ଭାବ ତୁମେ ତୁମ ନିଜର ପରୀକ୍ଷକ।

ଲୋକେ କହନ୍ତି, ମନଧ୍ୟାନ ହିଁ ମୁଖ୍ୟ ଜିନିଷ, ତାକୁ ହିଁ ଶିଖିବା କଥା। କିନ୍ତୁ, ତାହା ଠିକ୍‌ ନୁହେଁ। ଦିନ ସାରା ସମସ୍ତେ ଯାହା ଯାହା କରୁଛନ୍ତି ସେଥିରୁ କେତେକ କାମ ପାଇଁ କ’ଣ ସମ୍ପୂର୍ଣ୍ଣ ମନଧ୍ୟାନ ଆବଶ୍ୟକ।

ଯୋଗ ମନ ଓ ଶରୀର ମଧ୍ୟରେ ତାଳମେଳ ରଖେ। ମନଧ୍ୟାନ ବଢ଼ାଇବା ନିମନ୍ତେ ଛାତ୍ରଛାତ୍ରୀମାନେ ଯୋଗ କରିବା ଆବଶ୍ୟକ।

ତୁମେମାନେ ଯାହା କରୁଛ ତାହା ଅନ୍‌ଲାଇନ୍‌ରେ କରିବା ଉଚିତ।

ତୁମେ ବନ୍ଧୁମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛ କାହିଁକି? ସେମାନେ ଭିନ୍ନ ଭାବେ ବଢ଼ିଛନ୍ତି, ସେମାନଙ୍କର ପରିବେଶ ଭିନ୍ନ, ତୁମର ରୁଚି ଭିନ୍ନ। ତେଣୁ ନିଜ ଉପରେ ଧ୍ୟାନ ଦିଅ, ନିଜକୁ ଅନୁଶୀଳନ କର। ଅନ୍ୟମାନଙ୍କ ସହ ନୁହେଁ, ନିଜ ସହ ନିଜେ ପ୍ରତିଦ୍ୱନ୍ଦ୍ୱିତା କର।

କେବେହେଲେ ପିତାମାତାଙ୍କ ଉଦ୍ଦେଶ୍ୟକୁ ସନ୍ଦେହ କର ନାହିଁ, ସେମାନଙ୍କୁ ବୁଝିବାକୁ ଚେଷ୍ଟା କର। କେବଳ ବାପାମାଆମାନେ କାଖରେ ଥିବାବେଳେ ପଢ଼ାପଢ଼ି କର ନାହିଁ, ସେମାନେ ନ ଥିଲାବେଳେ ମଧ୍ୟ ପଢ଼।

ଏ ଦେଶର ପିଲାମାନେ ଜନ୍ମରୁ ରାଜନୀତିଜ୍ଞ, ବାପମାଆଙ୍କ ସହ କେମିତି ମୁକାବିଲା କରାଯିବ ତାହା ସେମାନଙ୍କୁ ଜଣା।

ମୁଁ ଅଭିଭାବକମାନଙ୍କୁ କହୁଛି, ଅନ୍ୟ ପିଲାମାନଙ୍କ ସହ ସେମାନେ ନିଜ ପିଲାଙ୍କୁ ତୁଳନା କରନ୍ତୁ ନାହିଁ। ପ୍ରତ୍ୟେକଙ୍କର ଭିନ୍ନ ଭିନ୍ନ ଦକ୍ଷତା ରହିଛି। ପିଲାମାନଙ୍କ କୃତ୍ୱିତ୍ୱକୁ ନିଜର ସାମାଜିକ ଆଭିଜାତ୍ୟ ବିଚାରନ୍ତୁ ନାହିଁ।

ଧ୍ୟାନ ଦେବାକୁ ଚାହୁଁଥିଲେ ପ୍ରଥମେ ଧ୍ୟାନ ହଟାଅ। ବୋର୍ଡ ପରୀକ୍ଷା ବେଳେ ଘରେ ଘରେ ସାନ୍ଦେହଆଇନ ଭଳି ପରିସ୍ଥିତି ଦେଖାଦିଏ। ଏ ଭଳି ପରିସ୍ଥିତି ଭଲ ଫଳ ଦେବାରେ ସହାୟକ ହୁଏ ନାହିଁ। ପରୀକ୍ଷା ସମୟରେ ମଧ୍ୟ ଇଚ୍ଛା ମୁତାବକ କାମ କର।

ଆଇକ୍ୟୁ ଏବଂ ଇକ୍ୟୁ ମଧ୍ୟରେ ସନ୍ତୁଳନାତ୍ମକ ବିକାଶ ଗୁରୁତ୍ୱପୂର୍ଣ୍ଣ। ଆଇକ୍ୟୁ ସଫଳତା ହାସଲ କରିବାରେ ସହାୟତା କରେ, କିନ୍ତୁ, ଇକ୍ୟୁ ଅଭିଯାନରେ ସଫଳତା ହାସଲ କରିବାରେ ସହାୟକ ହୁଏ।

ଆମ ଘରେ ଖବରକାଗଜ ପକାଉଥିବା ଲୋକଙ୍କର ନାଁ କେବେ ପଚାରିଛୁ? ସ୍କୁଲ୍‌ ବସ୍‌ ଡ୍ରାଇଭର୍‌ର ନାଁ ଆମେ ଜାଣିଛୁ? ଏସବୁ ଜାଣିବା ଆରମ୍ଭ କଲେ ଏହା ଆମ ଜୀବନ ବଦଳାଇ ଦେବ।

ପରୀକ୍ଷା ସମୟରେ ନିଦ୍ରା ଅପରିହାର୍ଯ୍ୟ କିନ୍ତୁ ସୁନିଦ୍ରା ଅତି ଗୁରୁତ୍ୱପୂର୍ଣ୍ଣ।

ଆମ ସମାଜରେ ଶିକ୍ଷକମାନେ ପରିବାରର ସଦସ୍ୟମାନଙ୍କ ପରି। ଏଭଳି ଭାବନା ପୂର୍ବରୁ ଅତି ସାଧାରଣ ଥିଲା। ସେ ଭାବନାକୁ ଆଜି ପୁନଃପ୍ରଜ୍ଜ୍ୱଳନ କରିବା ଆବଶ୍ୟକ।

ସମ୍ବନ୍ଧିତ ଖବର