୫ ବର୍ଷରୁ କମ୍‌ ପିଲାଙ୍କୁ ମାସ୍କ ମନା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି କରୋନା ନିୟନ୍ତ୍ରଣ ସଂକ୍ରାନ୍ତ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ଏବଂ ଏଥିରେ ୧୮ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଆଣ୍ଟିଭାଇରାଲ ତଥା ମୋନକ୍ଲୋନଲ ଆଣ୍ଟିବଡିଜ୍‌ର ଆବଶ୍ୟକ ନାହିଁ ବୋଲି କହିଛନ୍ତି। ଯଦି ଷ୍ଟେରୋଏଡ ବ୍ୟବହାର କରାଯାଉଛି ତାହହେଲେ ନୈଦାନିକ ସୁଧାର ଆଧାରରେ ୧୦ରୁ ୧୪ ଦିନରେ ଏହାର ମାତ୍ରା କମ କରାଯିବା ଆବଶ୍ୟକ। ଏହା ସହିତ ୫ ବର୍ଷ କିମ୍ବା ତା’ଠାରୁ କମ୍‌ ବୟସର ପିଲାଙ୍କ ପାଇଁ ମାସ୍କ ପିନ୍ଧିବା ଆବଶ୍ୟକ ନୁହେଁ ବୋଲି କୁହାଯାଇଛି। ନିର୍ଦ୍ଦେଶାବଳିରେ କୁହାଯାଇଛି ଯେ ୧୨ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ପିଲାଙ୍କ ପାଇଁ ବୟସ୍କଙ୍କ ଭଳି ମାସ୍କ ପିନ୍ଧିବାକୁ ପଡ଼ିବ। ଦେଶରେ ଏବେ ଓମିକ୍ରନ୍‌ ପ୍ରଜାତି ଦ୍ବାରା ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର