୧୨-୧୪ ମଧ୍ୟରେ ୧ କୋଟିରୁ ଅଧିକ ଶିଶୁ ପ୍ରଥମ ଡୋଜ୍‌ ନେଇଛନ୍ତି

ନୂଆଦିଲ୍ଲୀ  : ୧୨-୧୪ ବର୍ଷ ବୟସ ମଧ୍ୟ‌ରେ ୧ କୋଟିରୁ ଅଧିକ ଶିଶୁ ପ୍ରଥମ ଡୋଜ୍‌ କରୋନା ଟିକା ନେଇ ସାରିଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ସୂଚନା ଦେଇଛନ୍ତି। ଉକ୍ତ ବୟସବର୍ଗ ପାଇଁ ଟିକାକରଣ ମାର୍ଚ୍ଚ ୧୬ ତାରିଖରେ ଆରମ୍ଭ ହୋଇଥିଲା। ୧୨-୧୪ ବର୍ଷ ମଧ୍ୟରେ କୋର୍ବେଭାକ୍ସ ଟିକା ଦିଆଯାଉଛି। ପ୍ରଥମ ଡୋଜ୍‌ ନେବାର ୨୮ ଦିନ ପରେ ଦ୍ବିତୀୟ ଡୋଜ୍‌ ଦିଆ‌ଯିବ। ଗତବର୍ଷ ମାର୍ଚ୍ଚ ୧ ସୁଦ୍ଧା ଦେଶରେ ୧୨ରୁ ୧୩ ମଧ୍ୟରେ ୪.୭ କୋଟି ଶିଶୁ ଥିଲେ। ତେବେ ଏଯାବତ ୧ କୋଟିରୁ ଅଧିକ ଶିଶୁ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି। ଦେଶରେ ମୋଟ୍‌ ଟିକାକରଣ ୧୮୨.୫୫ କୋଟି ପହଞ୍ଚିଛି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଜାନୁଆରି ୧୬ ତାରିଖରେ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା ଏବଂ ପିଲାଙ୍କ ଟିକାକରଣ ଏବେ ତ୍ବରାନ୍ବିତ ହୋଇଛି।

ସମ୍ବନ୍ଧିତ ଖବର