ଚୀନ ଗଣମାଧ୍ୟମରେ ଆଝାର ପ୍ରୀତି:ପାକିସ୍ତାନ-ଚୀନକୁ ଦୋଷ ନଦେଇ ପ୍ରମାଣ ଦିଅ

ବେଜିଂ: ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ ଜାରି ରଖିଥିବା ପାକିସ୍ତାନ ସ୍ଥିତ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ୍ ଆଝାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଯେତେ ପ୍ରମାଣ ଯୋଗାଇଲେ ବି ଚୀନ ତାହାକୁ ଗ୍ରହଣ କରିବାକୁ ଅମଙ୍ଗ। ଏପରିକି ଚୀନ୍ ଗଣମାଧ୍ୟମ ମଧ୍ୟ ଭାରତର ଏଭଳି ଆଭିମୁଖ୍ୟକୁ ସମାଲୋଚନା କରିଛି। ସଦ୍ୟ ସଂଘଟିତ ପୁଲଵାମା ଆକ୍ରମଣ ପାଇଁ ଜାସ ନିଜକୁ ଦାୟୀ କରିଥିବା ସତ୍ତ୍ବେ ଆଝାର ବିରୋଧରେ ଆହୁରି ପ୍ରମାଣ ଖୋଜୁଛି ଚୀନ୍।
ଉଲ୍ଲେଖ ଥାଉ କି, ୪୪ ଜଣ ଯବାନଙ୍କ ଜୀବନ ନେଇଥିବା ପୁଲଵାମା ଆକ୍ରମଣ ପାଇଁ ଭାରତ ସିଧାସଳଖ ପାକିସ୍ତାନକୁ ଦାୟୀ କରିବା ସହ ମାସୁଦ ଆଝାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଭାବେ ଘୋଷଣା ନକରିବା ପାଇଁ ଚୀନକୁ ଦୋଷ ଦେଉଛି। ତେବେ ଏହାକୁ ଚୀନ୍ ଗଣମାଧ୍ୟମ ଗମ୍ଭୀରତାର ସହ ନେଇ ଭାରତର ଆଭିମୁଖ୍ୟକୁ ନାପସନ୍ଦ କରିଛି। ଆଝାରକୁ ଆତଙ୍କବାଦୀ ଘୋଷଣା ବାବଦରେ ଚୀନ୍ ଆବଶ୍ୟକ ନୀତିନିୟମ ପାଳନ କରୁଛି ଏବଂ ଭାରତ ସେଥିପାଇଁ ବଳିଷ୍ଠ ପ୍ରମାଣ ନ ଯୋଗାଇ ଅଯଥାରେ ଦୋଷ ଦେଇ ଚାଲିଛି ବୋଲି ଚୀନର ସରକାରୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ସମାଲୋଚନା କରାଯାଇଛି। ପାକିସ୍ତାନ ଆଝାରକୁ ରୀତିମତ ପ୍ରୋତ୍ସାହନ ଯୋଗାଇ ଚାଲିଛି ଏବଂ ଏ ପ୍ରସଙ୍ଗରେ ପାକିସ୍ତାନକୁ ଚୀନ୍ ଅହେତୁକ ସମର୍ଥନ କରୁଛି ବୋଲି ଭାରତ ଆଣୁଥିବା ଅଭିଯୋଗ ଭିତ୍ତିହୀନ ବୋଲି ଏଥିରେ କୁହାଯାଇଛି।

ସମ୍ବନ୍ଧିତ ଖବର