ପାକିସ୍ତାନକୁ ଚୀନ୍‌ର ଝଟ୍‌କା:ଯୁଦ୍ଧପୋତ ବିକ୍ରି କରିବ ନାହିଁ

ବେଜିଂ,: ପାକିସ୍ତାନ ନୌସେନା ପାଇଁ ଚୀନ୍‌ ଅତ୍ୟାଧୁନିକ ଯୁଦ୍ଧ ପୋତ ନିର୍ମାଣ କରୁଥିବା ଖବର ସମ୍ପୂର୍ଣ୍ଣ ମିଛ। ଚୀନ୍‌ ଏହାର ପ୍ରଥମ ଯୁଦ୍ଧ ପୋତ ‘ଲାୟନିଂ’କୁ ପାକିସ୍ତାନକୁ ବିକ୍ରି କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଆଜି ଘୋଷଣା କରିଛି। ଏନେଇ ପାକିସ୍ତାନ ଦ୍ବାରା ପ୍ରକାଶିତ ହୋଇଥିବା ଏକ ଗଣମାଧ୍ୟମ ରିପୋର୍ଟକୁ ଚୀନ୍‌ ଖଣ୍ଡନ କରିଛି। ଚୀନ୍‌ କହିଛି ଯେ ଅନ୍ୟ ଦେଶକୁ ଯୁଦ୍ଧପୋତ ବିକ୍ରି କରିବା କ୍ଷେତ୍ରରେ ଏହା କିଛି ନିର୍ଦ୍ଦିଷ୍ଟ ନୀତି ନିୟମ ଅନୁସରଣ କରିଥାଏ। ତେଣୁ ଏଭଳି ସ୍ଥିତିରେ ଚୀନ୍‌ ଏହାର ପ୍ରଥମ ଯୁଦ୍ଧପୋତ ତଥା ବିମାନ ପରିବହନକାରୀ ଜାହାଜକୁ ଆଦୌ ଅନ୍ୟ ଦେଶକୁ ବିକ୍ରି କରିବା ନାହିଁ।

ସମ୍ବନ୍ଧିତ ଖବର