କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି) ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପୁଣି ଥରେ ବିଫଳ

ବେଜିଂ : କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି) ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପୁଣି ଥରେ ବିଫଳ ହୋଇଛି। ଚୀନର ମାସୁଦ ପ୍ରୀତି ଯୋଗୁଁ ବିଶ୍ୱ ଆତଙ୍କବାଦୀ ପ୍ରସ୍ତାବକୁ ବିରୋଧ କରିଛି ଚୀନ୍। ଚୀନର ଭିଟୋ ପ୍ରୟୋଗ ଯୋଗୁଁ ମାସୁଦକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କାଟ୍‌ ଖାଇଯାଇଛି। ଫ୍ରାନ୍ସ, ଆମେରିକା ଓ ବ୍ରିଟେନ୍‌ ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଫେବୃଆରୀ ୨୭ରେ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ କରିଥିଲେ।

ଉଲ୍ଲେଖଯୋଗ୍ୟ, ଚୀନ ହେଉଛି ଜାତିସଂଘ ସୁରକ୍ଷା ପରିଷଦିର ସ୍ଥାୟୀ ସଦସ୍ୟ । ସେ ତା’ର ଭିଟୋ କ୍ଷମତା ବ୍ୟବହାର କରି ପୂର୍ବରୁ ଅନେକ ଥର ଭାରତ ଓ ଅନ୍ୟ ସଦସ୍ୟଙ୍କ ପକ୍ଷରୁ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ନେଇ ହୋଇଥିବା ନିଷ୍ପତ୍ତି ଉପରେ ରୋକ ଲଗାଇ ସାରିଛି। ଚୀନ ବାରମ୍ବାର ସେହି ଗୋଟାଏ କଥା କହି ଚାଲିଛି ଯେ ସମାଧାନ ସମସ୍ତଙ୍କୁ ସୁହାଇବା ଭଳି ହେବା ଉଚିତ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ, ଗତ କିଛି ଦିନ ତଳେ ଚୀନର ଉପବୈଦେଶିକ ମନ୍ତ୍ରୀ ପାକିସ୍ତାନ ଗସ୍ତ କରିଥିଲେ। ସେ ପାକିସ୍ତାନ ଯାଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ସେନା ମୁଖ୍ୟ ଜେନେରାଲ କ୍ୱାମାର ଜାଭେଦ ବଜଓ୍ଵାଙ୍କୁ ଭେଟିଥିଲେ।

ସୂଚନାଯୋଗ୍ୟ ଯେ, ଭାରତରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଦ୍ୱାରା ହିଁ ହୋଇଛି। ଗତ ଫେବ୍ରୁଆରି ୧୪ରେ ପୁଲଓ୍ଵାମାରେ ହୋଇଥିବା ଆକ୍ରମଣ ତାହାର ଏକ ଉଦାହରଣ। ପୁଲଓ୍ଵାମା ଆକ୍ରମଣରେ ୪୦ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି।

ସମ୍ବନ୍ଧିତ ଖବର