ଚୀନ୍‌ର ପୁଣି ଦୋମୁହାଁ ନୀତି, ପାକିସ୍ତାନକୁ ସମର୍ଥନ କରେ ବୋଲି ଖୋଲାଖୋଲି ଘୋଷଣା

ବେଜିଂ: ପାକିସ୍ତାନ ପ୍ରତି ଚୀନ୍‌ର ଅହେତୁକ ଦରଦ ଯେତେ ଲୁଚେଇଲେ ବି ଫୁଟିକି ବାହାରୁଛି। ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ମୁଖ୍ୟ ମସୁଦ୍ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଗତ ସପ୍ତାହରେ ଜାତିସଂଘରେ ବିରୋଧ କରିଥିବା ପାକିସ୍ତାନର ପରମ ମିତ୍ର ଚୀନ୍ ଏହି ମାମଲାର ସମାଧାନ ହୋଇଯିବ ବୋଲି ସଂକେତ ଦେଇଥିଲା। ନୂଆଦିଲ୍ଲୀ ସ୍ଥିତ ଚୀନ୍ ରାଷ୍ଟ୍ରଦୂତ ଲୁଓ ଜାଓହୁଇ ଏ ସମ୍ପର୍କରେ ଗତ ରବିବାର ଇଙ୍ଗିତ କରିବା ପରେ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟକୁ ଚୀନ୍ ସମର୍ଥନ କରିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଆଜି ଇସଲାମାବାଦରେ ଚୀନ୍ ବିଦେଶ ମନ୍ତ୍ରୀ ଵାଙ୍ଗ୍ ୟି ପାକିସ୍ତାନର ଉଦ୍ୟମକୁ ତାରିଫ କରିବା ସହ ଯାବତୀୟ ପରିସ୍ଥିତିରେ ଚୀନ୍ ପଛରେ ଅଛି ବୋଲି ଘୋଷଣା କରିଛନ୍ତି। ବିଶ୍ବରେ କି ଆଞ୍ଚଳିକ ସ୍ତରରେ ଯାହା ପରିବର୍ତ୍ତନ ଘଟୁ ପଛକେ ପାକିସ୍ତାନର ସାର୍ବଭୌମ୍ୟ ରକ୍ଷା ପାଇଁ ଚୀନ୍ ଏହାର ମିତ୍ରରାଷ୍ଟ୍ର ପାକିସ୍ତାନକୁ ଦୃଢ଼ ସମର୍ଥନ କରେ ବୋଲି ଵାଙ୍ଗ୍ ଦେଇଥିବା ବିବୃତି ପରୋକ୍ଷରେ ଭାରତ ପାଇଁ ଆହ୍ବାନ ସୃଷ୍ଟି କରିଛି। କେବଳ ଆତଙ୍କବାଦ ବିଲୋପ ପାଇଁ ପାକିସ୍ତାନ ମାଟିରେ କାୟା ମେଲୁଥିବା ସଂଗଠନଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ପ୍ରୟାସ ଜାରି ରଖିଥିବା ବେଳେ ଚୀନର ଏଭଳି ଘୋଷଣା ଭାରତର ଆଭିମୁଖ୍ୟକୁ ବିରୋଧ କରୁଛି ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର