ଚୀନ୍‌-ଆମେରିକା ମୁହାଁମୁହିଁ, କରୋନାକୁ ‘ଚାଇନିଜ୍‌ ଭାଇରସ୍‌’ କହିଲେ ଟ୍ରମ୍ପ୍‌

ଭାଇରସ୍‌ ଆମେରିକାରୁ ହିଁ ଆସିଛି: ଚୀନ୍‌

ୱାସିଂଟନ: କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳକୁ ନେଇ ଚୀନ୍‌ ଏବଂ ଆମେରିକା ଏବେ ମୁହାଁମୁହିଁ ହୋଇଛନ୍ତି। ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଟ୍ବିଟ୍‌ କରି କହିଛନ୍ତି ଯେ ଚୀନ୍‌ ଭାଇରସ୍‌ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେଉଛି ଏବଂ ଏୟାରଲାଇନ୍‌ ଉଦ୍ୟୋଗକୁ ସହାୟତା କରିବା ପାଇଁ ଆମେ ବଦ୍ଧପରିକର। ଆଗାମୀ ୧୫ ଦିନ ମଧ୍ୟରେ ଭାଇରସ୍‌ର ପ୍ରଭାବ କମ୍‌ ହେବ ବୋଲି ଟ୍ରମ୍ପ୍‌ କହିଛନ୍ତି। ତେବେ କରୋନାକୁ ‘ଚୀନ୍‌ ଭାଇରସ୍‌’ ବୋଲି ଟ୍ରମ୍ପ୍‌ କହିବାରୁ ଏହାକୁ ନେଇ ଚୀନ୍‌ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାଇରସ୍‌ ଆମେରିକାରୁ ହିଁ ଚୀନ୍‌କୁ ଆସିଛି ବୋଲି ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କିଛି ଆମେରିକୀୟ ନାଗରିକଙ୍କର ପ୍ରଥମେ ଫ୍ଲୁରେ ମୃତ୍ୟୁ ହୋଇଥିଲା ଏବଂ ପରେ ତାହା କରୋନା ଭାଇରସ୍‌ ଯୋଗୁଁ ହୋଇଥିବା ଜଣାପଡ଼ିଛି ବୋଲି ଚୀନ୍‌ ଏକ ଭିଡିଓ ମଧ୍ୟ ଟ୍ବିଟ୍‌ କରିଛି।

ସମ୍ବନ୍ଧିତ ଖବର