ପାକିସ୍ତାନ: ଡ୍ରାଗନବାହିନୀ ପୁଣିଥରେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିଛନ୍ତି । ଚଳିତଥର ନୂଆ ରଣନୀତି ଆପଣାଇ ମୋଟର ସାଇକେଲ ମାଧ୍ୟମରେ ଚୀନ୍ ସେନା ଭାରତ ସୀମାକୁ ପ୍ରବେଶ କରିଛି।
ଆଇଟିବିପିର ସୂତ୍ର ଅନୁଯାୟୀ, ଜୁଲାଇ ୧୦ ତାରିଖରେ ବାରାହେତିର ତୁନଜୁନ ଅଞ୍ଚଳରେ ଚୀନ୍ ସେନା ବାଇକରେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିଥିଲେ । ଜଣେ ସୈନିକ ବାଇକରେ ବସି ଭାରତୀୟ ସୀମାର ୫୦୦ ମିଟର ପର୍ଯ୍ୟନ୍ତ ଭିତରକୁ ପଶି ଆସିଥିଲେ । ତେବେ ଭାରତୀୟ ସେନାର ବିରୋଧ ପରେ ଡ୍ରାଗନବାହିନୀ ପୁଣି ଫେରି ଯାଇଥିଲେ । ଜୁଲାଇ ମାସରେ ପାଖାପାଖି ୫ ଥର ଚୀନ ସେନାମାନେ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2018/07/865ba2f8-1c68-4ab5-b817-c124b08cfb2c-300x180.jpeg)
ପ୍ରଥମେ ଜୁଲାଇ ୮ରେ ଡ୍ରାଗନବାହିନୀର ୩୨ ଜଣ ସୈନିକ ଛୋଟ ଛୋଟ ଗାଡିଗୁଡିକରେ ଅନୁପ୍ରବେଶ କରିବା ସହ ଭାରତୀୟ ସୀମାର ୪ କିଲୋମିଟର ଭିତରକୁ ଚାଲି ଆସିଥିଲେ। ଏହାପରେ ସେହିଦିନ ପୁଣିଥରେ ଘୋଡାରେ ବସି କିଛି ଚୀନ ସୈନିକ ଉକ୍ତ ଅଞ୍ଚଳକୁ ଆସିଥିଲେ । ବାରମ୍ବାର ଡ୍ରାଗନବାହିନୀର ଏଭଳି ଅନୁପ୍ରବେଶ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାପୂର୍ବରୁ ମଧ୍ୟ ବାରାହେତି ଅଞ୍ଚଳକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି । କାରଣ ଏହି ଅଞ୍ଚଳରେ ଚୀନ ସେନା ବାରମ୍ବାର ଅନୁପ୍ରବେଶ କରି ନିଜର ଆଧିପତ୍ୟ ଦେଖାଇବାକୁ ଚାହୁଁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/tour-package-250x250-1.jpg)