ପାକିସ୍ତାନ: ଡ୍ରାଗନବାହିନୀ ପୁଣିଥରେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିଛନ୍ତି । ଚଳିତଥର ନୂଆ ରଣନୀତି ଆପଣାଇ ମୋଟର ସାଇକେଲ ମାଧ୍ୟମରେ ଚୀନ୍‌ ସେନା ଭାରତ ସୀମାକୁ ପ୍ରବେଶ କରିଛି।

Advertisment

ଆଇଟିବିପିର ସୂତ୍ର ଅନୁଯାୟୀ, ଜୁଲାଇ ୧୦  ତାରିଖରେ ବାରାହେତିର ତୁନଜୁନ ଅଞ୍ଚଳରେ ଚୀନ୍‌ ସେନା ବାଇକରେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିଥିଲେ । ଜଣେ ସୈନିକ ବାଇକରେ ବସି ଭାରତୀୟ ସୀମାର ୫୦୦ ମିଟର ପର୍ଯ୍ୟନ୍ତ ଭିତରକୁ ପଶି ଆସିଥିଲେ । ତେବେ ଭାରତୀୟ ସେନାର ବିରୋଧ ପରେ ଡ୍ରାଗନବାହିନୀ ପୁଣି ଫେରି ଯାଇଥିଲେ । ଜୁଲାଇ ମାସରେ ପାଖାପାଖି ୫ ଥର ଚୀନ ସେନାମାନେ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିଥିବା ଜଣାପଡ଼ିଛି।

publive-image

ପ୍ରଥମେ ଜୁଲାଇ ୮ରେ ଡ୍ରାଗନବାହିନୀର ୩୨ ଜଣ ସୈନିକ ଛୋଟ ଛୋଟ ଗାଡିଗୁଡିକରେ ଅନୁପ୍ରବେଶ କରିବା ସହ ଭାରତୀୟ ସୀମାର ୪ କିଲୋମିଟର ଭିତରକୁ ଚାଲି ଆସିଥିଲେ। ଏହାପରେ ସେହିଦିନ ପୁଣିଥରେ ଘୋଡାରେ ବସି କିଛି ଚୀନ ସୈନିକ ଉକ୍ତ ଅଞ୍ଚଳକୁ ଆସିଥିଲେ । ବାରମ୍ବାର ଡ୍ରାଗନବାହିନୀର ଏଭଳି ଅନୁପ୍ରବେଶ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାପୂର୍ବରୁ ମଧ୍ୟ ବାରାହେତି ଅଞ୍ଚଳକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି । କାରଣ ଏହି ଅଞ୍ଚଳରେ ଚୀନ ସେନା ବାରମ୍ବାର ଅନୁପ୍ରବେଶ କରି ନିଜର ଆଧିପତ୍ୟ ଦେଖାଇବାକୁ ଚାହୁଁଛି ।