ଚୀନ ସେନାର ଅସ୍ତ୍ରଶସ୍ତ୍ର ଉପରେ ନଜର ରଖିବ ଭାରତର ଏହି ନୂଆ ରାଡାର

ନୂଆଦିଲ୍ଲୀ : ଭାରତର ଉତ୍ତର ସୀମାରେ ଚୀନ ସେନା ଗତ ୨ ବର୍ଷ ହେଲା ରହିଥିବାବେଳେ ଦୁଇପକ୍ଷ ମଧ୍ୟରେ ଅନେକ ଥର ହୋଇଥିବା କଥାବାର୍ତ୍ତାରେ କୌଣସି ସୁଫଳ ମିଳିପାରିନାହିଁ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା କେତେକ ନୂଆ ପ୍ରକାରର ଅସ୍ତ୍ରଶସ୍ତ୍ର ଓ ଉପକରଣ କିଣିବାକୁ ଯୋଜନା କରୁଛି । ଏହା ମଧ୍ୟରେ ରହିଛି ସ୍ବାତି ଅସ୍ତ୍ରଶସ୍ତ୍ର ଚିହ୍ନଟକାରୀ ରାଡାର । ଏହା ୫୦ କିଲୋମିଟର ମଧ୍ୟରେ ଥିବା ଶତ୍ରୁପକ୍ଷର ଗୋଳା, ରକେଟ, ମୋର୍ଟାର ରାଉଣ୍ଡ ଓ ରକେଟ ଲଞ୍ଚରକୁ ଚିହ୍ନଟ କରିପାରିବ । ଏହା ଗୋଟିଏ ଥରରେ ୭ଟି ଟାର୍ଗେଟକୁ ଚିହ୍ନଟ କରିପାରିବ । ପ୍ରାୟ ୧୦୦୦ କୋଟି ଟଙ୍କାର ସ୍ବାତି ରାଡାର କିଣିବାକୁ ସେନା ଯୋଜନା କରୁଛି ଓ ଖୁବଶୀଘ୍ର ଏ ସମ୍ପର୍କିତ ଏକ ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରାଳୟ ଆଗରେ ରଖାଯିବ ।

ସ୍ବାତି ରାଡାରକୁ ଡିଆରଡିଓ ଓ ଭାରତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଛି । ଏହା ୨୦୧୮ରେ ସେନାରେ ସାମିଲ ହୋଇଥିଲା । ଜମ୍ମୁ ଓ କଶ୍ମୀରରେ ଥିବା ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମାରେ ଏହାକୁ ବ୍ୟବହାର କରାଯାଉଛି । ୨୦୨୦ରେ ଆର୍ମେନିଆ ଭାରତରୁ ପ୍ରାୟ ୨୦ ନିୟୁତ ଡଲାର ବିନିମୟରେ ରାଡାର କିଣିବାକୁ ଠିକା ପ୍ରଦାନ କରିଥିଲା ।

 

 

 

 

ସମ୍ବନ୍ଧିତ ଖବର