ବାଇଡେନ୍ଙ୍କ ଉପରେ ଭରସା ଦେଖାଇଲା'ନୂଆଦିଲ୍ଲୀ, ୩/୧: ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଶପଥ ଗ୍ରହଣ କରିବାକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଚୀନ୍ର ବୈଦେଶିକ ମନ୍ତ୍ରୀ ଵାଙ୍ଗ ୟି ତାଙ୍କ ଉପରେ ପ୍ରବଳ ଭରସା ରଖିଥିବା ପରୋକ୍ଷରେ ଜଣାଇଛନ୍ତି। ଅପରପକ୍ଷେ, ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉପରେ ସେ ଖୁବ୍ ବର୍ଷିଛନ୍ତି। ଟ୍ରମ୍ପ୍ ପ୍ରଶାସନ ଯେଭଳି ଚୀନ୍ ସହ ଶୀତଳ ଯୁଦ୍ଧ ଚଳାଇଥିଲେ ବାଇଡେନ୍ ସେଥିରେ ପରିବର୍ତ୍ତନ ଆଣି ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବେ ବୋଲି ଵାଙ୍ଗ୍ ଆଶାବାଦୀ ଥିବା କହିଛନ୍ତି। ଚୀନ୍ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଠାରୁ ଆରମ୍ଭ କରି ତିବ୍ବତ ଓ ତାଇଵାନ ସମସ୍ୟା ଯାଏ ବିଭିନ୍ନ ପ୍ରସଙ୍ଗରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ନିଶାଣ କରିବାରେ ଟ୍ରମ୍ପ୍ କୌଣସି ସୁଯୋଗକୁ ହାତଛଡ଼ା କରିନାହାନ୍ତି। ତେବେ ଏହାଦ୍ବାରା ଉଭୟ ଦେଶର ସ୍ବାର୍ଥ ବ୍ୟାହତ ହୋଇଛି ବୋଲି ଵାଙ୍ଗ କହିଛନ୍ତି। ତେଣୁ ବିଦାୟୀ ରାଷ୍ଟ୍ରପତିଙ୍କ ଏପରି ଚୀନ୍ବିରୋଧୀ ନୀତିକୁ ନୂଆ ରାଷ୍ଟ୍ରପତି ବାଇଡେନ୍ ପ୍ରଶ୍ରୟ ଦେବେନାହିଁ ବୋଲି ୱାଙ୍ଗ୍ ଆଶା ପ୍ରକଟ କରିଛନ୍ତି।
ଟ୍ରମ୍ପ୍ ପ୍ରଶାସନ ଉପରେ ବର୍ଷିଲା ଚୀନ୍
/sambad/media/post_attachments/wp-content/uploads/2021/01/china.jpg)
/sambad/media/agency_attachments/2024-07-24t043029592z-sambad-original.webp)