ରୋଗ ବ୍ୟାପିବା ପରେ ବୁଦ୍ଧି ପଶିଲା, ଚୀନରେ ବନ୍ୟଜନ୍ତୁ ବ୍ୟବସାୟ ନିଷିଦ୍ଧ

ବେଜିଂ : ଚୀନ ଲୋକମାନଙ୍କର ଅଜବ ଖାଦ୍ୟ  ନିଶାକୁ ନେଇ ସବୁବେଳେ ବିଶ୍ୱରେ ଚର୍ଚ୍ଚା ରହିଆସିଛି । ବାଘ, ସାପ, ମୂଷା, ବାଦୁଡ଼ି, କୁକୁର, ଅସରପା, ଝିଟିପିଟି ଆଦି ପଶୁପକ୍ଷୀଙ୍କ ମାଂସ ଚୀନରେ ଲୋକମାନେ ଖାଆନ୍ତି । କିନ୍ତୁ ଚୀନ ଲୋକମାନଙ୍କ ଏହି ନିଶା ଯୋଗୁଁ ହିଁ କୋରୋନାଭାଇରସ ପରି ମାରାତ୍ମକ ଭାଇରସର ଉତ୍ପତ୍ତି ହୋଇଥିବା କୁହାଯାଉଛି । ଏହି ଭାଇରସ ଏପରି କୌଣସି ଏକ ପଶୁ ଦେହରୁ ମଣିଷ ଦେହକୁ ବ୍ୟାପିଥିବା ସଂଦେହ କରାଯାଉଛି ।

ଏହାକୁ ଦୃଷ୍ଟିରେ ରଖି ଚୀନ ସରକାର ସେଠାରେ ବିଭିନ୍ନ ବନ୍ୟଜୀବଜନ୍ତୁଙ୍କ ମାଂସ ଖାଇବା ଉପରେ ନିଷେଧାଜ୍ଞା ଲଗାଇଛନ୍ତି । ଏ ସଂପର୍କରେ ଚୀନର କୃଷି ମନ୍ତ୍ରାଳୟ ପକ୍ଷରୁ ଲଗାଯାଇଛି । କୋରୋନା ଭାଇରସ ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ ।
କେନ୍ଦ୍ରୀୟ ଚୀନର ଉହାନ ସହରର ଏକ ମାଂସ ବଜାରରୁ ଏହି ଭାଇରସ ବ୍ୟାପିଥିବା ସଂଦେହ କରାଯାଉଛି ।

ଏହି ବଜାରରେ ହିଁ ବିଭିନ୍ନ ପ୍ରକାରର ଜୀବଜନ୍ତୁଙ୍କ ଖାଦ୍ୟ ମିଳିଥାଏ । ଏହି ଭାଇରସ ଯୋଗୁଁ ଏପର୍ଯ୍ୟନ୍ତ ଚୀନରେ ୫୬ ଜଣ ମୃତ୍ୟୁବରଣ କରିସାରିଲେଣି । ଆହୁରି ୪୨୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୭୫ ଜଣଙ୍କ ଠାରେ ଏହି ଭାଇରସ ଚିହ୍ନଟ ହୋଇଛି ।

ସମ୍ବନ୍ଧିତ ଖବର