ପିଥୋରଗଡ଼(ଉତ୍ତରାଖଣ୍ଡ): ନେପାଳର କର୍ଣ୍ଣାଲି ପ୍ରଦେଶ ଅନ୍ତର୍ଗତ ହମଲା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଚୀନୀ ସେନା କିଛି ସ୍ଥାନ ମାଡ଼ିବସି ଅତି କମ୍ରେ ୯ଟି କୋଠା ନିର୍ମାଣ କରିଥିବା ଜଣାଯାଇଛି। ସଂପୃକ୍ତ ଇଲାକା ଚୀନ୍-ନେପାଳ ସୀମାଠାରୁ ଦୁଇ କିମି ଦୂର ନେପାଳର ହମଲା ଜିଲ୍ଲା ଅନ୍ତର୍ଗତ ନମଖା ଗୌପାଳିକା(ମୁନିସିପାଲିଟି)ର ଲାପଚା-ଲିମି ଅଞ୍ଚଳରେ ହୋଇଥିବା ବେଳେ ନେପାଳର ଅଜ୍ଞାତସାରରେ ଚୀନୀ ସେନା ଏପରି କାରନାମା କରିଥିବା ସ୍ପଷ୍ଟ ହୋଇଛି। ମାସକ ତଳେ ନମଖା ଗୌପାଳିକା ଅଧ୍ୟକ୍ଷ ବିଷ୍ଣୁ ବାହାଦୂର ଲାମା ସଂପୃକ୍ତ ଇଲାକା ଗସ୍ତ କରିଥିବା ବେଳେ ଚୀନ୍ର ଏହି ଅତିକ୍ରମଣ ଦେଖିବାକୁ ପାଇଥିଲେ। ତେବେ ଲାମାଙ୍କୁ ଚୀନୀ ସୈନିକମାନେ ସଂପୃକ୍ତ ଇଲାକାକୁ ଯିବା ପାଇଁ ଛାଡ଼ିନଥିଲେ। ଏପରିକି ସ୍ଥାନୀୟ ଲୋକଙ୍କୁ ମଧ୍ୟ ନିର୍ମାଣସ୍ଥଳକୁ ଚୀନୀ ସେନା ଛାଡୁନଥିବା ଜଣାଯାଇଛି। ତେବେ ଲାମାଙ୍କ ସୂଚନା କ୍ରମେ ହମଲା ଜିଲ୍ଲା କର୍ତ୍ତୃପକ୍ଷ ସେଠାକୁ ଏକ ସ୍ବତନ୍ତ୍ର ଦଳ ପଠାଇ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିଥିଲେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଗତ କିଛି ବର୍ଷ ହେଲା ଚୀନ୍ ଏପରି ଲାପଚା-ଲିମି ଅଞ୍ଚଳକୁ ରାସ୍ତା ନିର୍ମାଣ କରିଚାଲିଛି। ସଂପୃକ୍ତ ଇଲାକା ତିବ୍ବତ ସ୍ବୟଂଶାସିତ ଅଞ୍ଚଳର ସୀମାକୁ ଲାଗି ରହିଥିବା ବେଳେ ସେଠାରୁ କୈଳାସ ମାନସରୋବର ଦୃଶ୍ୟମାନ ହୋଇଥାଏ। ଦଶ ବର୍ଷ ତଳେ ସେଠାରେ ଚୀନ୍ର ଏକ କୋଠା ନିର୍ମାଣକୁ ନେପାଳ ବିରୋଧ କରିବାରୁ ତାହା ଉଭୟ ଦେଶର ପଣ୍ୟବାହୀ ପଶୁମାନଙ୍କ କାମରେ ଆସିବା ଭଳି ଏକ ପଶୁ ଚିକିତ୍ସା କେନ୍ଦ୍ର ହେଉଛି ବୋଲି ଚୀନୀ କର୍ତ୍ତୃପକ୍ଷ ସଫେଇ ଦେଇଥିଲେ।
ନେପାଳରେ ଜାଗା ମାଡ଼ିବସି ଚୀନ୍ ନିର୍ମାଣ ଚଳାଇଛି
/sambad/media/post_attachments/wp-content/uploads/2020/09/china-nepal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)