ଚୀନ୍‌ରେ କରୋନା ଭାଇରସ୍‌: ମୃତ୍ୟୁସଂଖ୍ୟା ୨୫୯କୁ ବୃଦ୍ଧି, ୧୮,୦୦୦ ଭାଇରସ୍‌ ଆକ୍ରାନ୍ତ

ଅଧିକ ହସ୍ପିଟାଲ୍‌ ନିର୍ମାଣ କରିବ ଚୀନ୍‌

ବେଜିଂ: ଚୀନ୍‌ରେ କରୋନା ଭାଇରସ୍‌ଜନିତ ମୃତ୍ୟୁସଂଖ୍ୟା ୨୫୯କୁ ବୃଦ୍ଧି ପାଇଛି। ଚୀନ୍‌ ସମେତ ସମଗ୍ର ବିଶ୍ବରେ ଏବେ ପ୍ରାୟ ୧୮ ହଜାର ‌ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଭାଇରସ୍‌ ‌ଯୋଗୁଁ ହୁୱେଇ ପ୍ରଦେଶରେ ପୁଣି ଗୋଟିଏ ଦିନରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି। ଚୀନ୍‌ର ସବୁ ଅଂଚଳରେ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ବର୍ତ୍ତମାନ ସ୍ଥିତି‌ରେ ଚୀନ୍‌ରେ କରୋନା ଭାଇରସ୍‌ ଚିକିତ୍ସା ପାଇଁ ଆବଶ୍ୟକ ଚିକିତ୍ସାଳୟ ଥିଲେ ମଧ୍ୟ ଏହା ଜରୁରୀ ସ୍ଥିତିର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଦୁଇଟି ନୂଆ ହସ୍ପିଟାଲ୍‌ ନିର୍ମାଣ କରିଛି। ଏହି ଦୁଇଟି ହସ୍ପିଟାଲ୍‌ ଫେବ୍ରୁଆରି ୩ ଏବଂ ୫ ତାରିଖରେ ରୋଗୀମାନଙ୍କ ପାଇଁ ଖୋଲିବ। ଚୀନ୍‌ରେ ୧୦୨,୦୦୦ ଲୋକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ନିରୀକ୍ଷଣ ବ୍ୟବସ୍ଥାରେ ଅଛନ୍ତି । ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଚୀନ୍‌ ଅଧିକ ହସ୍ପିଟାଲ୍‌ ନିର୍ମାଣ କରିବାକୁ ଯୋଜନା କରିଛି।

ସମ୍ବନ୍ଧିତ ଖବର