ଟ୍ୟାଙ୍କ, ଯୁଦ୍ଧଯାନ ପରିବହନ ପାଇଁ ପେଙ୍ଗୋଙ୍ଗ ହ୍ରଦ ଉପରେ ଏକ ବଡ଼ ପୋଲ ନିର୍ମାଣ କରୁଛି ଚୀନ

ନୂଆଦିଲ୍ଲୀ : ବିବାଦୀୟ ପେଙ୍ଗୋଙ୍ଗ ହ୍ରଦରେ ଆଉ ଏକ ପୋଲ ନିର୍ମାଣ କରୁଛି ଚୀନ । ଏହି ୨ୟ ପୋଲଟି ପ୍ରଥମଟି ତୁଳନାରେ ବଡ଼ ଓ ଅଧିକ ମଝବୁତ । ଭାରି ଯୁଦ୍ଧ ଯାନ ଯାତାୟାତ ପାଇଁ ଚୀନ ଏହାକୁ ନିର୍ମାଣ କରିଥିବା ବିଶେଷଜ୍ଞମାନେ ସଂଦେହ କରୁଛନ୍ତି । ଏପରିକି ଏହି ପୋଲ ଦ୍ବାରା ଟ୍ୟାଙ୍କ ମଧ୍ୟ ଯାଇପାରିବ ବୋଲି କୁହାଯାଉଛି ।

ଓପନ ସୋର୍ସ ଇଣ୍ଟେଲିଜେନ୍ସ ବିଶେଷଜ୍ଞ ଡାମିଏନ ସାଇମନ କହିଛନ୍ତି ଯେ ବିଭିନ୍ନ ସମୟରେ ନିଆଯାଇଥିବା ଉପଗ୍ରହ ଚିତ୍ରର ଅନୁଶୀଳନରୁ ଜଣାଯାଇଛି ଯେ, ଚୀନ ପେଙ୍ଗାଙ୍ଗ ହ୍ରଦ ନିକଟରେ ପୋଲ ଓ ନିଜର ସାମରିକ ଭିତ୍ତିଭୂମି ନିର୍ମାଣ ଜାରି ରଖିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨ୟ ପୋଲଟି ପ୍ରଥମ ପୋଲ ସହ ସମାନ୍ତରାଳ ଭାବେ ନିର୍ମାଣ କରାଯାଇଛି । କିନ୍ତୁ ନୂଆ ପୋଲଟି ପ୍ରଥମ ତୁଳନାରେ ବେଶ ବଡ଼ ଓ ଅଧିକ ମଝବୁତ । ଏହି ପୋଲ ଦେଇ ଟ୍ୟାଙ୍କ ଓ ଭାରି ଯୁଦ୍ଧଯାନ ପରିବହନ କରିବାକୁ ଚୀନ ଯୋଜନା କରୁଛି । ଭବିଷ୍ୟତରେ ଭାରତୀୟ ସେନା ସହ ଯୁଦ୍ଧ ହେଲେ ଏହି ପୋଲ ଚୀନ ସେନା ପାଇଁ ବେଶ ସହାୟକ ହେବ ବୋଲି ସେ କହିଛନ୍ତି ।

ଗତ ବର୍ଷ ପେଙ୍ଗାଙ୍ଗ ହ୍ରଦରେ ନିଜର ପ୍ରଥମ ପୋଲ ନିର୍ମାଣ କରିବା ପରେ ଚୀନ ହଟ ସ୍ପ୍ରିଙ୍ଗ ଅଞ୍ଚଳରେ ଭାରତୀୟ ଅଂଚଳକୁ ଲାଗି ୩ଟି ମୋବାଇଲ ଟାଓ୍ବାର ନିର୍ମାଣ କରିଥିଲା । ଚୀନର ଏସବୁ ନିର୍ମାଣ କାର୍ଯ୍ୟକୁ ଭାରତ ଗତ ଜାନୁଆରି ମାସରେ ଦୃଢ ବିରୋଧ କରିଥିଲା ।

 

 

 

ସମ୍ବନ୍ଧିତ ଖବର