ଚୀନ୍‌ର ଆଉ ଏକ ଷଡ଼ଯନ୍ତ୍ର ଧରାପଡ଼ିଲା : ହିମାଚଳ ସୀମାରେ ତିଆର କରିଛି ୨୦ କିମି ଲମ୍ବା ସଡ଼କ, ପ୍ରତିଦିନ ରାତିରେ ପଠାଉଛି ଡ୍ରୋନ୍‌

ନୂଆଦିଲ୍ଲୀ : ଲଦାଖ୍‌ରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଚୀନ୍‌-ଭାରତ ମଧ୍ୟରେ ରକ୍ତାକ୍ତ ସଂଘର୍ଷକୁ ନେଇ ଏବେ ବି ଉତ୍ତେଜନା ଜାରି ରହିଥିବା ବେଳେ ହିମାଚଳ ପ୍ରଦେଶ ସୀମାରେ ଚୀନ୍‌ର ଆଉ ଏକ ବଡ଼ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ଚୀନ୍‌ ହିମାଚଳ ସୀମାକୁ ଲାଗି ଯୁଦ୍ଧକାଳୀନ ଭିତ୍ତିରେ ୨୦ କିମି ଲମ୍ବା ସଡ଼କ ନର୍ମାଣ କରିଛି। କିନ୍ନୋର ଜିଲ୍ଲାର ଶେଷ ସୀମାବର୍ତ୍ତୀ ଗ୍ରାମ କୁନ୍ନ ଚାରଙ୍ଗ ଗ୍ରାମ ନିକଟରେ ଏହି ରାସ୍ତା ର୍ନିମାଣ ହୋଇଛି। ଏହି ଅଂଚଳ ଉପରେ ନଜର ରଖିବା ପାଇଁ ପ୍ରତିଦିନ ରାତିରେ ଚୀନ୍‌ ଡ୍ରୋନ୍‌ ପଠାଉଛି ବୋଲି ଗ୍ରାମବାସୀମାନେ କହିଛନ୍ତି। ସ୍ଥାନୀୟ ପୁଲିସ ମଧ୍ୟ ଚୀନୀ ଡ୍ରୋନ୍‌ ସୀମାବର୍ତ୍ତୀ ଗ୍ରାମ ନିକଟରେ ଦେଖିବାକୁ ମିଳିଥିବା ସ୍ବୀକାର କରିଛି। ତେବେ ଦୁର୍ଗମ ଅଂଚଳରେ ଏତେ ଲମ୍ବା ରାସ୍ତା ଏତେ ଶୀଘ୍ର ନିର୍ମାଣ କିଭଳି ସଂପନ୍ନ ହେଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି। ହିମାଚଳ ସୀମାରେ ଅତିକ୍ରମଣ କରି ଭାରତକୁ ଚାପଗ୍ରସ୍ତ କରିବା ପାଇଁ ଚୀନ୍‌ର କୌଣସି ବଡ଼ ଷଡ଼ଯନ୍ତ୍ର ଏହା ପଛରେ ଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର