ନୂଆଦିଲ୍ଲୀ: ୨୦୨୦ରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଗଲାୱାଲରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ସ୍ଥାନଠାରୁ ପ୍ରାୟ ୧୧୦ କିଲୋମିଟର ଦୂରରେ ତିବ୍ଦତର ପାଙ୍ଗୋଙ୍ଗ ହ୍ରଦର ପୂର୍ବ ଭାଗରେ ଚୀନ୍ ଦ୍ବାରା ନିର୍ମାଣ କାର୍ଯ୍ୟକଳାପ ଜୋର୍ସୋରରେ ଚାଲିଛି। ଉପଗ୍ରହ ଚିତ୍ରରେ କମାଣ୍ଡ ଓ କଣ୍ଟ୍ରୋଲ୍ ବିଲ୍ଡିଂ, ବ୍ୟାରାକ୍, ଯାନ ଶେଡ୍, ଅସ୍ତ୍ରଶସ୍ତ୍ର ଗୋଦାମ ଓ ରାଡାର ସ୍ଥିତିକୁ ଦେଖିଲେ ଚୀନ୍ ଏକ ନୂତନ ବାୟୁ-ପ୍ରତିରକ୍ଷା କମ୍ପ୍ଲେକ୍ସ ନିର୍ମାଣ କରୁଥିବା ଜଣାପଡ଼ିଛି।
ବିଶେଷଜ୍ଞମାନେ କହିଛନ୍ତି ଯେ, ଏଠାରେ କ୍ଷେପଣାସ୍ତ୍ର ରଖିବା, ପରିବହନ କରିବା ଓ ଉତ୍କ୍ଷେପଣ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହା ଚୀନ୍ର ଦୀର୍ଘ ଦୂରଗାମୀ ଏଚ୍କ୍ୟୁ-୯ ଭୂପୃଷ୍ଠରୁ ଆକାଶ କ୍ଷେପଣାସ୍ତ୍ର (ଏସ୍ଏଏମ୍) ସିଷ୍ଟମ୍କୁ ଲୁଚାଇ ରଖିବା ସହ ସୁରକ୍ଷା ପ୍ରଦାନ କରିୟପାରିବ। ଏହି ଡିଜାଇନ୍କୁ ପ୍ରଥମେ ଆମେରିକାର ଜିଓ-ଇଣ୍ଟେଲିଜେନ୍ସ ଫାର୍ମ ଅଲ୍ସୋର୍ସ ଆନାଲିସିସ୍ର ଗବେଷକମାନେ ଚିହ୍ନଟ କରିଥିଲେ, ଯାହା ଭାରତର ନିକଟରେ ଅପଗ୍ରେଡ୍ ହୋଇଥିବା ନ୍ୟୋମା ଏୟାର୍ଫିଲ୍ଡର ଠିକ୍ ବିପରୀତ ପାର୍ଶ୍ବରେ ଏଲ୍ଏସିଠାରୁ ପ୍ରାୟ ୬୫ କିଲୋମିଟର ଦୂରରେ ଅବସ୍ଥିତ। ଭାରତ-ତିବ୍ଦତ ସୀମାନ୍ତରେ ଏହିପରି ସଂରକ୍ଷିତ ଉତ୍କ୍ଷେପଣ ସ୍ଥାନ ଏକ ନୂତନ ବିକାଶ ହୋଇଥିବାବେଳେ, ଦକ୍ଷିଣ ଚୀନ୍ ସାଗରର ବିବାଦୀୟ ଦ୍ୱୀପପୁଞ୍ଜରେ ଚୀନ୍ ସାମରିକ ଆଉଟ୍ପୋଷ୍ଟରେ ମଧ୍ୟ ସମାନ ସୁବିଧା ରହିଥିବା ରିପୋର୍ଟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/25/daggdaadgzcvcvv-2025-10-25-05-23-05.jpg)