ନୂଆଦିଲ୍ଲୀ: ଚୀନ୍ ତା’ର ବିବାଦୀୟ ଭୁଟାନ ସୀମାରେ ଦୁଇମହଲା କୋଠା ସମେତ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ କୋଠା ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରୁଛି। ସାଟେଲାଇଟ୍ ଚିତ୍ରରେ ଏହା ସ୍ପଷ୍ଟ ଦେଖିବାକୁ ମିଳୁଛି। ୨୦୨୦ରୁ ଭୁଟାନର ପଶ୍ଚିମ ସୀମାନ୍ତରେ ଚୀନ୍ ନିର୍ମାଣ କାର୍ଯ୍ୟ ଜାରି ରଖିବା ସହ ୨୦୨୧ରୁ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିଛି।
ଭୁଟାନର ନୀତି ହେଉଛି ସୀମା ବିବାଦ ସମ୍ପର୍କରେ ସର୍ବସାଧାରଣରେ ଆଲୋଚନା ନ କରିବା। ତେଣୁ ଏ ସମ୍ପର୍କରେ ଭୁଟାନର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସାମ୍ବାଦିକମାନଙ୍କ ପ୍ରଶ୍ନର କୌଣସି ଉତ୍ତର ଦିଅଯାଇ ନ ଥିଲା। ଅପରପକ୍ଷେ ଚୀନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଚୀନ୍ ତା’ର ନିଜସ୍ବ ଅଞ୍ଚଳରେ କୌଣସି ନିର୍ମାଣ କାର୍ଯ୍ୟ କରିବା ତା’ର ସାର୍ବଭୌମ ଅଧିକାରର ଅନ୍ତର୍ଗତ। ତେବେ ବିବାଦୀୟ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରି ସେସବୁ ଉପରେ ଅଧିକାର ଜାହିର କରିବା ହେଉଛି ଚୀନ୍ର ଉଦ୍ଦେଶ୍ୟ। ଚୀନ୍ ନିର୍ମାଣ କରୁଥିବା ଗ୍ରାମଗୁଡ଼ିକର ଭୌଗୋଳିକ ଓ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ନୂଆ ନିର୍ମାଣ ଡୋକଲାମଠାରୁ ୯ରୁ ୨୭ କିମି ଭିତରେ ହେଉଛି, ଯାହା ଭାରତ, ଭୁଟାନ ଓ ଚୀନ୍ ସୀମାକୁ ଲାଗିଛି। ତେଣୁ ଏଠାରେ ଗ୍ରାମ ବସାଇଲେ ଚୀନ୍ ନିଜର ନିୟନ୍ତ୍ରଣ ବଢ଼ାଇବା ସୁବିଧାଜନକ ହେବ। ଉକ୍ତ ଅଞ୍ଚଳରେ ଚୀନ୍ ନିର୍ମାଣ କାର୍ଯ୍ୟ କରିବା ଓ ବିବାଦୀୟ ଅଞ୍ଚଳକୁ ନିଜର କହି ଜବରଦଖଲ କରିବା ଭୁଟାନର ସାର୍ବଭୌମତା ଓ ଭାରତର ନିରାପତ୍ତା ପ୍ରତି ବିପଦ ଆଶଙ୍କା ରଖିଛି।
ଭୁଟାନ ସୀମାରେ ଚୀନ୍ର ନୂଆ ନିର୍ମାଣ
/sambad/media/post_attachments/wp-content/uploads/2022/01/665gd4j6465gjgjgjddgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)