ମସ୍କୋ : ମସ୍କୋ ଗସ୍ତରେ ଥିବା ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଚୀନ ସର୍ବାଧିକ ରୁଷୀୟ ତେଲ କିଣୁଥିବାବେଳେ ୟୁରୋପ ସର୍ବାଧିକ ରୁଷୀୟ ଏଲଏନଜି ( ତୈଳୀକୃତ ପ୍ରାକୃତିକ ଗ୍ୟାସ) କିଣୁଛନ୍ତି । ପୁଣି ୨୦୨୨ ପରେ ରୁଷ ସହ ସର୍ବାଧିକ ବାଣିଜ୍ୟ ଭାରତ ନୁହେଁ , ଦକ୍ଷିଣ ଗୋଲାର୍ଦ୍ଧର ଦେଶମାନେ କରୁଛନ୍ତି । କିନ୍ତୁ ଭାରତକୁ ଟାର୍ଗେଟ୍ କରାଯାଉଛି ।
ସେ କହିଛନ୍ତି ଯେ ଆମେରିକା ପକ୍ଷରୁ ଭାରତ ବିରୋଧରେ ତାରିଫ କାର୍ଯ୍ୟାନୁଷ୍ଠାନ ପାଇଁ ଯେଉଁ ତର୍କ ଦିଆଯାଉଛି ତାହା ଆମକୁ ଚକିତ କରିଛି। ଆମେରିକା ଗତ କିଛି ବର୍ଷ ଧରି କହୁଥିଲା ଯେ ଭାରତ ବିଶ୍ୱ ତୈଳ ବଜାରକୁ ସ୍ଥିର କରିବାରେ ସାହାଯ୍ୟ କରିବା ଉଚିତ, ଯେଉଁଥିରେ ରୁଷରୁ ତେଲ କିଣିବା ମଧ୍ୟ ଅନ୍ତର୍ଭୁକ୍ତ। କିନ୍ତୁ ଏବେ ଭାରତକୁ ଟାର୍ଗେଟ କରୁଛି । ଭାରତ ମଧ୍ୟ ଆମେରିକାରୁ ତେଲ କିଣୁଛି, ଏବଂ ଏହାର ପରିମାଣ ବୃଦ୍ଧି ପାଇଛି। ଏପରି ପରିସ୍ଥିତିରେ, ଭାରତ ଆମେରିକାର ଯୁକ୍ତି ଚକିତ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/21/new-project-22-2025-08-21-19-36-49.jpg)