ପାକିସ୍ତାନରେ ଚୀନ୍‌ ନାଗରିକଙ୍କୁ ଟାର୍ଗେଟ୍‌, ସିପିଇସି ବୈଠକ ବାତିଲ କଲା ଚୀନ୍‌

ବେଜିଂ : ପାକିସ୍ତାନର ଖାଇବରପଖତୁଙ୍ଖୱା ପ୍ରଦେଶରେ ଦୁଇ ଦିନ ତଳେ ଏକ ବସ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ୯ ଜଣ ଚୀନ୍‌ ଇଂଜିନିୟର ପ୍ରାଣ ହାରାଇଥିଲେ। ଉକ୍ତ ଘଟଣା ପରେ ଚୀନ୍‌ ସିପିଇସି (ଚୀନ୍‌ ପାକିସ୍ତାନ ଆର୍ଥିକ କରିଡର)ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବାତିଲ କରିଦେଇଛି। ସିପିଇସିର ଏକ ବୈଠକ ଆଜି ହେବାର ଥିଲା। କିନ୍ତୁ ସିପିଇସି ମୁଖ୍ୟ ଏବଂ ପାକ୍‌ ସେନାର ପୂର୍ବତନ ମୁଖପାତ୍ର ମେଜର ଜେନେରାଲ୍‌ ଅସିମ ଆଜି ଏକ ଟ୍ବିଟ୍‌ କରି ସିପିଇସିର ଜେସିସି-୧୦ ବୈଠକ ବାତିଲ ହୋଇଥିବା କହିଛନ୍ତି। ଏହା ଇଦ୍‌ ପରେ ହେବ ବୋଲି ସେ କହିଛନ୍ତି। କିନ୍ତୁ ଏନେଇ କୌଣସି ତାରିଖ ଚୂଡ଼ାନ୍ତ ହୋଇନାହିଁ। ଅନ୍ୟପକ୍ଷେ ଚୀନ୍‌ ଗତ ୧୪ ତାରିଖ ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ଏହାର ସହଯୋଗୀ ରାଷ୍ଟ୍ର ପାକିସ୍ତାନକୁ ସହଯୋଗ କରିବାପାଇଁ ନିଷ୍ପତ୍ତି ନେଇଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିଆନ୍‌ କହିଛନ୍ତି, ଦେଶ ଏହି ମାମଲାର ତଦନ୍ତରେ ସାହାଯ୍ୟ କରିବାପାଇଁ ପାକିସ୍ତାନକୁ ଏକ ଟିମ୍‌ ପଠାଇବ।

ସମ୍ବନ୍ଧିତ ଖବର