ନୂଆଦିଲ୍ଲୀ: ୨୦୧୭ରେ ଭାରତୀୟ ଉପଗ୍ରହ ଯୋଗାଯୋଗ ବ୍ୟବସ୍ଥାର ଏକ କମ୍ପ୍ୟୁଟର ନେଟୱାର୍କ ଉପରେ ଆକ୍ରମଣ ସହିତ ୨୦୦୭-୧୮ ମଧ୍ୟରେ ଚୀନ୍ ଏକାଧିକ ଥର ଭାରତ ଉପରେ ସାଇବର ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଆମେରିକାଭିତ୍ତିକ ଗବେଷଣା ସଂସ୍ଥା  ଚାଇନା ଏରୋସ୍ପେସ୍ ଷ୍ଟଡିଜ୍ ଇନଷ୍ଟିଚ୍ୟୁଟ୍ (ସିଏଏସଆଇ) ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି।

Advertisment

୧୪୨ପୃଷ୍ଠାର ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୨ରୁ ୨୦୧୮ମଧ୍ୟରେ ଚୀନ୍ ଏକାଧିକ ଥର ଭାରତୀୟ ଉପଗ୍ରହ ପରିଚାଳନା ବ୍ୟବସ୍ଥା ଉପରେ ସାଇବର ଆକ୍ରମଣ କରିଥିଲା। ରିପୋର୍ଟରେ କିନ୍ତୁ କେବଳ ଗୋଟିଏ ଥରର ଆକ୍ରମଣ ସଂପର୍କରେ ବର୍ଣ୍ଣନା ରହିଛି । ୨୦୧୨ରେ, ଇସ୍ରୋର ଜେଟ୍ ପ୍ରପଲସନ୍ ଲାବୋରେଟୋରୀ (ଜେପିଏଲ୍) ଉପରେ ଏକ ନେଟୱାର୍କ ଆଧାରିତ କମ୍ପ୍ୟୁଟର ଆକ୍ରମଣ କରିଥିଲା, ଯାହା ଜେପିଏଲ୍ ନେଟୱାର୍କ ଉପରେ ଚୀନକୁ “ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନିୟନ୍ତ୍ରଣ” ଅନୁମତି ଦେଇଥିଲା।

ସିଏଏସଆଇ ନିଜ ରିପୋର୍ଟରେ ସୂଚାଇ ଦେଇଛି ଯେ, ଚାଇନାରେ ଅନେକ କାଉଣ୍ଟର ସ୍ପେସ୍ ଟେକ୍ନୋଲୋଜି ଅଛି ଯାହା ପ୍ରତିଦ୍ୱନ୍ଦ୍ୱୀ ସ୍ପେସ୍ ସିଷ୍ଟମକୁ ଭୂମିରୁ ଜିଓସିଙ୍କ୍ରୋନସ୍ କକ୍ଷପଥ (ଜିଇଓ) ପ୍ରତି ବିପଦ ସୃଷ୍ଟି କରିବାକୁ ଉଦ୍ଦିଷ୍ଟ। ଉଦାହରଣ ସ୍ୱରୂପ, ଚାଇନାର କାଉଣ୍ଟର ସ୍ପେସ୍ ଟେକ୍ନୋଲୋଜିରେ କୋ-ଅର୍ବିଟାଲ୍ ଉପଗ୍ରହ, ସିଧାସଳଖ ଆରୋହଣ କାଇନେଟିକ୍-କିଲ୍ ଯାନ (ଆଣ୍ଟି-ସାଟେଲାଇଟ୍ କ୍ଷେପଣାସ୍ତ୍ର), ଜାମର ଏବଂ ସାଇବର କ୍ଷମତା ଅନ୍ତର୍ଭୁକ୍ତ ବୋଲି ସିଏଏସଆଇ କହିଛି। ଅନୁସନ୍ଧାନ କରି  ସିଏଏସଆଇ କହିଛି ଯେ, ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଟେକ୍ନୋଲୋଜି ହାସଲ ଏବଂ ବିକାଶ ଜାରି ରଖିଛି , ଯାହା ଦ୍ବାରା ଚୀନ୍ “ଶତ୍ରୁକୁ ଅନ୍ଧ ଏବଂ ବଧିର” କରିବାରେ ବ୍ୟବହାର କରିପାରିବ।

publive-image businesstoday

ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଆଇଏସଆରଓ)ର ମୁଖ୍ୟ କେ ଶିବନ୍ କହିଛନ୍ତି ଯେ, ସାଇବର ଆକ୍ରମଣ ଏକ ନିରନ୍ତର ବିପଦ। କିନ୍ତୁ ଏ ପର୍ଯ୍ୟନ୍ତ ଇସ୍ରୋର ସିଷ୍ଟମ ଉପରେ ଆକ୍ରମଣ କରାଯାଇପାରି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ଏକ ସ୍ବାଧୀନ ଏବଂ ବିଚ୍ଛିନ୍ନ ନେଟୱାର୍କ ଅଛି ଯାହା ଇଣ୍ଟରନେଟ୍ ସମେତ ସର୍ବସାଧାରଣ ଡୋମେନ୍ ସହିତ ସଂଯୁକ୍ତ ନୁହେଁ, ଯାହା ଏହାର ସିଷ୍ଟମକୁ ସୁରକ୍ଷିତ ରଖିଛି।

ଇସ୍ରୋର କିଛି ଅଧିକାରୀଙ୍କ କହିବା କଥା ଯେ ସେମାନେ ବର୍ଷ ବର୍ଷ ଧରି କାମ କରୁଥିଲେ ବି ସାଇବର ଆକ୍ରମଣର ଉତ୍ସ ଚିହ୍ନଟ କରିବାରେ ସକ୍ଷମ ହୋଇ ନାହାନ୍ତି। ସେମାନେ କହିଛନ୍ତି ସାଇବର ଧମକ ଦିଆଯାଉଛି କିନ୍ତୁ ସେହି ଆକ୍ରମଣ ପଛରେ କିଏ ଅଛନ୍ତି ତାହା ଜାଣିବାରେ ଆମେ ଅସମର୍ଥ ହୋଇଛୁ।