ପାକିସ୍ତାନୀ ଆତଙ୍କବାଦୀ ମାସୁଦ ଆଝାରକୁ ଚୀନର ସମର୍ଥନ ଜାରି

ନୂଆଦିଲ୍ଲୀ : ଗତ କାଲିର ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସତ୍ତ୍ୱେ ଚୀନ ପାକିସ୍ତାନୀ ଆତଙ୍କବାଦୀ ଜୈସ-ଇ-ମୋହମ୍ମଦକୁ ନିଜର ସମର୍ଥନ ବଜାୟ ରଖିଛି । ମାସୁଦ ଆଜାର ପ୍ରସଙ୍ଗରେ ପୂର୍ବରୁ ହିଁ ଏକ ପେଷାଦାର ଓ ଠିକଭାବରେ ତର୍ଜମା କରି ନିଷ୍ପତ୍ତି ନିଆଯାଇଛି ।
ଗତ କାଲିର ଫୁଲଓ୍ଵାମା ଆକ୍ରମଣ ପରେ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଚୀନ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମଦେବଦନା ଜଣାଉଛି । ବିଶ୍ୱର ସବୁ ଦେଶ ଆତଙ୍କବାଦ ପ୍ରସଙ୍ଗରେ ଏକଜୁଟ ହେବେ ବୋଲି ସେ କହିଛନ୍ତି । ଜୈସ-ଇ-ମୋହମ୍ମଦକୁ ପୂର୍ବରୁ ହିଁ ଜାତିସଂଘ ନିରାପତ୍ତା ପରିଷଦ ନିଷିଦ୍ଧ ତାଲିକାରେ ରଖିସାରିଛି । କିନ୍ତୁ ମାସୁଦ ଆଜାର ପ୍ରସଙ୍ଗରେ ଆମ ତରଫରୁ ପୂର୍ବରୁ ହିଁ ଏକ ପେଷାଦାର ଓ ଠିକଭାବରେ ତର୍ଜମା କରି ନିଷ୍ପତ୍ତି ନିଆଯାଇଛି ।

ଗତ କାଲି ଫୁଲଓ୍ଵାମା ଆକ୍ରମଣ ପରେ ଭାରତ ସରକାର ଆତଙ୍କବାଦ ବିରୋଧରେ ବିଶ୍ୱ ଏକଜୁଟ ହେବାକୁ ଦାବି କରିଥିଲା । ନିରାପତ୍ତା ପରିଷଦର ସନନ୍ଦ ୧୨୬୭ କଟକଣା କମିଟି ଅନୁସାରେ ଅନ୍ତର୍ଜାତୀୟ ଆତଙ୍କବାଦୀମାନଙ୍କ ଏକ ତାଲିକା ପ୍ରସ୍ତୁତ କରିବା ଓ ସେଥିରେ ମାସୁଦ ଆଝାରକୁ ସାମିଲ କରିବା ପାଇଁ ଭାରତ ଦାବି କରିଥିଲା । କିନ୍ତୁ ଏବେ ଚୀନ ପୁଣି ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର