ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଭିତରେ ଉତ୍ତେଜନା ମଧ୍ୟରେ ଚୀନ ଏହାର ବୃହତ୍ ମାଲବାହୀ ଯୁଦ୍ଧବିମାନରେ ପାକିସ୍ତାନକୁ ପ୍ରତିରକ୍ଷା ସାମଗ୍ରୀ ପଠାଇଥିବା ଅଭିଯୋଗକୁ ଚୀନ ଆଜି ଖଣ୍ଡନ କରିଛି। କେବଳ ଏହାନୁହେଁ, ଏହି ଖବର ଯେଉଁମାନେ ପ୍ରଚାର କରୁଛନ୍ତି ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଧମକ ଦେଇଛି।
ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ବାୟୁସେନା ବିମାନ ସିଆନ୍ ୱାଇ-୨୦ରେ ବିପୁଳ ପ୍ରତିରକ୍ଷା ସାମଗ୍ରୀ ପାକିସ୍ତାନକୁ ନେଇ ଆସିଥିଲା। ଏନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଖବର ବେଶ୍ ଭାଇରାଲ୍ ହୋଇଛି। ଆଜି ପିଏଲ୍ଏ ବାୟୁସେନା ପକ୍ଷରୁ ଏହାର ସ୍ପଷ୍ଟୀକରଣ ଦିଆଯାଇଛି। ଚୀନ ପକ୍ଷରୁ କୌଣସି ଏଭଳି ବିମାନ ପାକିସ୍ତାନ ଯାଇନାହିଁ। ଏହା ଏକ ‘ମିଥ୍ୟା ଖବର’।