ପାକିସ୍ତାନରେ ସାମରିକ ଘାଟି ନିର୍ମାଣ ଖବର ଭିତ୍ତିହୀନ : ଚୀନ

ବେଜିଂ: ପାକିସ୍ତାନରେ ସାମରିକ ଘାଟି ନିର୍ମାଣ କରୁଥିବା ଖବରକୁ ଅସ୍ୱୀକାର କରିଛି ଚୀନ । ଏ ସଂପର୍କରେ ପ୍ରକାଶ ପାଉଥିବା ଖବରଗୁଡ଼ିକ କେବଳ ଗୁଜବ ଓ କଳ୍ପନା ଜଳ୍ପନା ଉପରେ ଆଧାରିତ ବୋଲି କହିଛି ଚୀନର ବୈଦେଶିକ ମନ୍ତ୍ରାଳୟ ।

ଓ୍ଵାସିଂଟନ ପୋଷ୍ଟର ଏକ ଖବରକୁ ଭିତ୍ତି କରି ଚୀନର ଖବରକାଗଜ ଗ୍ଲୋବାଲ ଟାଇମ୍ସ ଗତ ସପ୍ତାହରେ ଏକ ରିପୋର୍ଟ ପ୍ରକାଶ କରିଥିଲା ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଏକ ସାମରିକ ଘାଟି ନିର୍ମାଣ ପାଇଁ ପାକ୍‌ ସରକାର ଚୀନକୁ ଆମନ୍ତ୍ରଣ କରିଛନ୍ତି ଓ ଚୀନ ଏଥିରେ ସମ୍ମତ ହୋଇଛି । କିନ୍ତୁ ଏହା ତୁଚ୍ଛା ଉଡ଼ା ଖବର ବୋଲି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଲୁ କ୍ୱାଙ୍ଗ । ସେ କହିଛନ୍ତି ଯେ ଏହାକୁ ନେଇ ଏକ ଅନାବଶ୍ୟକ ଗୁଜବ ସୃଷ୍ଟି କରାଯାଉଛି ।

Alzajeera.com

ନିଜ ରିପୋର୍ଟରେ ଗ୍ଲୋବାଲ ଟାଇମ୍ସ ଲେଖିଥିଲା ଯେ ଉତ୍ତର ଆଫ୍ରିକାର ଜିବୋଟି ପରେ ପାକିସ୍ତାନରେ ଚୀନ ନିଜର ୨ୟ ବିଦେଶୀ ସାମରିକ ଘାଟି ନିର୍ମାଣ କରିବାକୁ ଯାଉଛି । ଏ ନେଇ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଇରାନରେ ଭାରତ ପକ୍ଷରୁ ନିର୍ମାଣ କରାଯାଉଥିବା ଚାବାହାର ବନ୍ଦର ନିକଟବର୍ତ୍ତି ପାକ୍‌ ଅଧିକୃତ ଜିଓ୍ଵାନି ଅଂଚଳରେ ଏକ ସାମରିକ କେନ୍ଦ୍ର ସ୍ଥାପନ କରିବ ଚୀନ । ଏହା ମୁଖ୍ୟତଃ ଏକ ନୌସେନା ଘାଟି ହେବ ଓ ଆରବ ସାଗର ଅଂଚଳରେ ଭାରତ ଏବଂ ଆରବ ଅଂଚଳରେ ଥିବା ଇସ୍ରାଏଲ ଓ ଆମେରିକାର ସାମରିକ ଘାଟି ଉପରେ ନଜର ରଖିବ ।

ସେ କହିଛନ୍ତି ଚୀନ ଓ ପାକିସ୍ତାନ ପକ୍ଷରୁ ମିଳିତ ଭାବେ ନିର୍ମାଣ କରାଯାଉଥିବା ବେଲ୍ଟ-ରୋଡ ଇନିସିଏଟିଭ ଅଧିନସ୍ଥ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର ଉପରେ ଉଭୟ ଦେଶ ଗୁରୁତ୍ୱ ଦେଉଛନ୍ତି । ଏହାଠାରୁ ଅଧିକ କଳ୍ପନା ଜଳ୍ପନା କରିବା ଅନାବଶ୍ୟକ ।

ସମ୍ବନ୍ଧିତ ଖବର