ବେଜିଙ୍ଗ୍‌: ୬୦ ବିଲିୟନ୍‌ ଆମେରିକୀୟ ଡଲାର୍‌ ବିଶିଷ୍ଟ ‘ଚୀନ୍‌-ପାକିସ୍ତାନ ଆର୍ଥିକ କରିଡର୍‌’ ପ୍ରକଳ୍ପର ଅଂଶ ଭାବେ ଚୀନ୍‌ ପାକିସ୍ତାନରେ ଲଢୁଆ ବିମାନ ଓ ସାମରିକ ଯନ୍ତ୍ରପାତି ତିଆରି କରିବାକୁ ଗୁପ୍ତ ଯୋଜନା କରିଥିବା ସଂକ୍ରାନ୍ତରେ ଯୁକ୍ତରାଷ୍ଟ୍ର ଆମେରିକାର ଗଣମାଧ୍ୟମ ଯେଉଁ ଖବର ପ୍ରକାଶ କରିଛି ତାହା ମିଥ୍ୟା ବୋଲି ଶୁକ୍ରବାର ଦିନ ଚୀନ କହିଛି।

Advertisment

ବାଲୋଚିସ୍ତାନ୍‌ର ଗ୍ଵାଦର୍‌ ବନ୍ଦର ଏବଂ ଚୀନ୍‌ର ଜିନ୍‌ଜିଆଙ୍ଗ୍‌ ପ୍ରଦେଶକୁ ସଂଯୋଗ କରୁଥିବା ‘ସିପିଇସି’ ହେଉଛି ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମହତ୍ତ୍ୱାକାଙ୍‌କ୍ଷୀ ‘ବେଲ୍‌ଟ୍‌ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌’ ସର୍ବୋତ୍ତମ ପ୍ରକଳ୍ପ।

publive-image

‘ନିୟୁ ୟର୍କ ଟାଇମ୍‌ସ୍‌’ରେ ପ୍ରକାଶିତ ଇସ୍‌ଲାମାବାଦ୍‌ରୁ ସଂଗୃହୀତ ଖବର ଅନୁସାରେ, ପାକିସ୍ତାନୀ ବାୟୁସେନା ଓ ଚୀନ୍‌ ଅଧିକାରୀମାନେ ଗୁପ୍ତ ପ୍ରକଳ୍ପର ଶେଷ ସ୍ପର୍ଶ ଦେଉଛନ୍ତି।

ଏହାର ସ୍ପଷ୍ଟିକରଣ ଦେବାକୁ ଯାଇ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁୟୁଇଙ୍ଗ୍‌ କହିଛନ୍ତି, ଆମ ସୂଚନା ଅନୁଯାୟୀ, ଖବରଟି ସତ୍ୟ ନୁହେଁ।

ସେ କହିଛନ୍ତି, ସିପିଇସି ହେଉଛି ଦୀର୍ଘ ମିଆଦୀ ସ୍ୱାର୍ଥସମୂହକୁ ଦୃଷ୍ଟିରେ ରଖିଥିବା ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗ ସଂସ୍ଥାନ।