ଏଫଏଟିଏଫ୍‌ : ଘନିଷ୍ଠ ବନ୍ଧୁରାଷ୍ଟ୍ର ଚୀନ ଓ ସାଉଦିଆରବ ମଧ୍ୟ ପାକିସ୍ତାନକୁ ସମର୍ଥନ ଦେଲେ ନାହିଁ

ପ୍ୟାରିସ : ଅନ୍ତର୍ଜାତୀୟ ସ୍ତରରେ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ ଧୂସର ତାଲିକାରେ ବଜାର ରଖିବାକୁ ନିଷ୍ପତ୍ତି ନେଇଛି । ତେବେ ଚୀନ ଏଫଏଟିଏଫର ଅଧ୍ୟକ୍ଷ ଥାଉ ଥାଉ ଏହା କିପରି ସମ୍ଭବ ହେଲା ?
ମିଳିଥିବା ଖବର ଅନୁସାରେ ଆତଙ୍କବାଦ ପ୍ରସଙ୍ଗରେ ଚୀନ ମଧ୍ୟ ପାକିସ୍ତାନର ହାତ ଛାଡ଼ିବାକୁ ପ୍ରସ୍ତୁତ ହେଉଛି । ଏଫଏଟିଏଫରେ ପାକିସ୍ତାନକୁ ଧୂସର ତାଲିକାରେ ରଖିବାକୁ ହୋଇଥିବା ପ୍ରସ୍ତାବକୁ ଚୀନ ସମର୍ଥନ କରିଥିଲା । ଏହି କାରଣରୁ ପ୍ରସ୍ତାବଟି ଗୃହୀତ ହୋଇଯାଇଛି । କେବଳ ଚୀନ ନୁହେଁ, ପାକିସ୍ତାନର ଆଉ ଏକ ମିତ୍ରଦେଶ ସାଉଦି ଆରବ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲା । କେବଳ ତୁର୍କୀ ଏହି ପ୍ରସ୍ତାବକୁ ବିରୋଧ କରିଥିଲା । ନିଜର ଅତି ଘନିଷ୍ଠ ମିତ୍ରଦେଶମାନେ ଠିକ ସମୟରେ ସମର୍ଥନ ନକରିବା ପାକିସ୍ତାନ ପାଇଁ ଏକ ବଡ଼ ଝଟକା ସଦୃଶ ହୋଇଛି । ଏହି କାରଣରୁ ଆଗାମୀ ଦିନରେ ପାକିସ୍ତାନ ପାଇଁ ବିପଦର କଳାବାଦଲ ମାଡ଼ି ଆସୁଛି । ଆଗକୁ ପାକିସ୍ତାନ ଅର୍ଥନୀତିର ଅବସ୍ଥା ଆହୁରି ଖରାପ ହେବ ।
ପାକିସ୍ତାନକୁ କଳା ତାଲକାଭୁକ୍ତ କରିବାକୁ ଭାରତ କୂଟନୈତିକ ସ୍ତରରେ ଉଦ୍ୟମ କରିଆସୁଥିଲା । ପାକିସ୍ତାନ କଳାତାଲିକାରେ ନରହିଲେ ମଧ୍ୟ ଧୂସର ତାଲିକାରେ ରହିବା ମଧ୍ୟ ଭାରତ ପାଇଁ ଏକ କୂଟନୈତିକ ବିଜୟ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର