ପାକିସ୍ତାନ ହାତ ଛାଡ଼ିଲା ଚୀନ

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିବା ପରେ ଚୀନ୍ ପ୍ରତିକ୍ରିୟା ପ୍ରକାଶ କରିଛି। ଉଭୟ ନୂଆଦିଲ୍ଲୀ ଓ ଇସଲାମାବାଦକୁ ସଂଯମ ରକ୍ଷା କରିବା ପାଇଁ ପରାମର୍ଶ ଦେଇଛି। ତେବେ ଭାରତର କାର୍ଯ୍ୟାନୁଷ୍ଠାନ ପରିପ୍ରେକ୍ଷୀରେ ଚୀନ୍‌ ପାକିସ୍ତାନକୁ ସମର୍ଥନ ଦେଇନାହିଁ। ପରିସ୍ଥିତିକୁ ସ୍ବାଭାବିକ କରିବା ଏବଂ ସମ୍ପର୍କରେ ସୁଧାର ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ଦୁଇ ଦେଶ ନେବେ ବୋଲି ଚୀନ୍ କହିଛି। ଚୀନର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଲୁ କାଙ୍ଗ୍ ଏହା କହିଛନ୍ତି। ଦକ୍ଷିଣ ଏସିଆରେ ଉଭୟ ଭାରତ ଓ ପାକିସ୍ତାନ ଦୁଇ ଗୁରୁତ୍ବପୂର୍ଣ୍ଣ ଦେଶ। ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଓ ସହଯୋଗ ଦୁଇ ଦେଶର ସ୍ବାର୍ଥ ଏବଂ ଦକ୍ଷିଣ ଏସିଆରେ ଶାନ୍ତି ଓ ସ୍ଥିରତା ପାଇଁ ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର