ନୂଆଦିଲ୍ଲୀ: ଆଜି ଚୀନର ବୋଇଙ୍ଗ ୭୩୭ ବିମାନ କୁନ୍ମିଙ୍ଗରୁ ଉଡ଼ାଣ କରିଥିଲା, ହେଲେ ଗୁଆଙ୍ଗଝୁରେ ପହଞ୍ଚିପାରିନଥିଲା। ଅବତରଣର ମାତ୍ର ୪୩ ମିନିଟ୍ ପୂର୍ବରୁ ତଳୁମୁହାଁ ହୋଇ ରକେଟ ଭଳି ଖସିପଡ଼ିଥିଲା ଚୀନ ବିମାନ। କେଇ ମିନିଟରେ ନିଜ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଲୋକେ ଅନାଇ ବସିଥିବା ବେଳେ ବାଟରେ ଏଭଳି କିଛି ଘଟିବ ବୋଲି ତାଙ୍କୁ ଜଣାନଥିଲା। ହଠାତ୍ ବିମାନଟି ରାସ୍ତା ଭୁଲି ତଳମୁହାଁ ହେବା ସହ ଜଙ୍ଗଲ ଭିତରେ ଖସିପଡ଼ିଥିଲା। ଏହି ଦୁର୍ଘଟଣା ପରେ କେହି ଜୀବିତ ଥିବେ ବୋଲି ଆଶା କରାଯାଉନଥିବା ବେଳେ ଏବେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବେ ବୋଲି କୁହାଯାଉଛି।
ଦୁର୍ଘଟଣାଟି ଜଙ୍ଗଲ ଭିତରେ ହୋଇଥିବାରୁ ଗାଡ଼ି ଯିବା ଅସମ୍ଭବ ହୋଇଛି। ଉଦ୍ଧାରକାରୀ ଦଳଙ୍କୁ ଚାଲିଚାଲି ସେଠାକୁ ଯିବାକୁ ପଡ଼ୁଥିବାରୁ ସମୟ ଲାଗୁଛି। ତେବେ ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ, ଖାଲି ଆକାଶ ଥିବା ବେଳେ ହଠାତ୍ ବିମାନଟି ତଳମୁହାଁ ହୋଇଖସିପଡ଼ୁଛି। ଉପଲବ୍ଧ ତଥ୍ୟ ଅନୁଯାୟୀ, ବିମାନଟି କିଛି ସେକେଣ୍ଡ ମଧ୍ୟରେ ୨୯,୧୦୦ ଫୁଟରୁ ୩,୨୨୫ ଫୁଟକୁ ଖସି ଆସିଥିଲା। ତେବେ ବିମାନ ଦୁର୍ଘଟଣା ପଛର କାରଣ ଜଣାପଡ଼ିନଥିବା ବେଳେ ସମୁଦାୟ ୪୫୦ଜଙ୍ଗଲ ଅଗ୍ନିଶମ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି।
Final seconds of #MU5735pic.twitter.com/gCoMX1iMDL
— ChinaAviationReview (@ChinaAvReview) March 21, 2022
ଉଲ୍ଲେଖଯୋଗ୍ୟ, ଚୀନର ବୋଇଙ୍ଗ ୭୩୭ କୁନ୍ମିଙ୍ଗରୁ ଗୁଆଙ୍ଗଝୁକୁ ଯାଉଥିଲା। ଏହି ସମୟରେ ଗୁଆଙ୍ଗସି ଅଞ୍ଚଳରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା। ବିମାନ ଏମୟୁ ୫୭୩୫ ବିମାନ ଦକ୍ଷିଣ-ପଶ୍ଚିମ ଚାଇନାର ୟୁନାନ ପ୍ରଦେଶରେ ଥିବା କୁନମିଙ୍ଗ ସହରର ଚାଙ୍ଗସୁଇ ବିମାନବନ୍ଦରରୁ ମଧ୍ୟାହ୍ନ ୧.୧୫ରେ ଉଡ଼ାଣ କରିଥିଲା। ବିମାନକୁ ଗୁଆଙ୍ଗଡୋଙ୍ଗ୍ ପ୍ରଦେଶର ଗୁଆଙ୍ଗଜୋରେ ଦିନ ୩ଟାରେ ପହଞ୍ଚିବାାର ଥିଲା। କିନ୍ତୁ ଏହା ପୂର୍ବରୁ ମଝି ଆକାଶରେ ହଠାତ୍ ତଳକୁ ଖସିବା ସହ ନିଆଁ ପିଣ୍ଡୁଳରେ ପରିଣତ ହୋଇଥିଲା ବିମାନ।