ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍ ସାଗରକୁ ନେଇ ଅଷ୍ଟ୍ରେଲିଆ ସହ ଚୀନ୍ର ବିବାଦ ବଢ଼ିବାରେ ଲାଗିଛି। ଭାରତରେ ଥିବା ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ବେରୀ ଓ’ଫରେଲ ଚୀନ୍ର ଦକ୍ଷିଣ ଚୀନ୍ ସାଗର ଉପରେ ଅଧିକାରକୁ ମାନିବାକୁ ମନା କରି ଦେଇଛନ୍ତି। ଆଉ ବେରୀଙ୍କ ଏହି ବିବୃତ୍ତିକୁ ଭାରତରେ ଥିବା ଚୀନ୍ ରାଷ୍ଟ୍ରଦୂତ ସେନ୍ ବିଡୋଙ୍ଗ ପ୍ରତ୍ୟାଖ୍ୟାନ କରିଛନ୍ତି। କେବଳ ଏତିକି ନୁହେଁ, ଉଭୟ କୂଟନୀତିଜ୍ଞ ଟ୍ୱିଟରରେ ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳିଛି । ଏହା ଉପରେ ଚୀନ୍ ରାଷ୍ଟ୍ରଦୂତ ୱିଡୋଙ୍ଗ ଶୁକ୍ରବାର ଟ୍ୱିଟ୍ କରିଛନ୍ତି।
Thank you @China_Amb_India. I would hope then you follow the 2016 South China Sea Arbitral Award which is final and binding under international law, and also generally refrain from actions that unilaterally alter the status quo. https://t.co/1w2nrcrxhr
— Barry O’Farrell AO (@AusHCIndia) July 31, 2020
ସେ ଲେଖିଛନ୍ତି, ଦକ୍ଷିଣ ଚୀନ୍ ସାଗରକୁ ନେଇ ଭାରତରେ ଥିବା ଅଷ୍ଟ୍ରେଲିଆ ହାଇକମିଶନରଙ୍କ ବିବୃତି ପ୍ରତି ଧ୍ୟାନ ଦିଆଯାଇଛି। ଚୀନ୍ର ଏହି ଅଂଶ ଉପରେ ସାମୁଦ୍ରିକ ଅଧିକାର ରହିଛି ଏବଂ ସେଗୁଡ଼ିକ ମିଳିତ ଜାତିସଂଘର UNCLOS ନିୟମ ଅନୁଯାୟୀ ରହିଛି | କିଏ ଶାନ୍ତି ଏବଂ ସ୍ଥିରତା ରକ୍ଷା କରୁଛି ଏବଂ ଏହି ଅଂଚଳରେ ଉତ୍ତେଜନା ବଢାଇବାକୁ ଚେଷ୍ଟା କରୁଛି ତାହା ସ୍ପଷ୍ଟ ହୋଇଛି।
ଏହାକୁ ନେଇ ଫରେଲ୍ ଲେଖିଛନ୍ତି, 'ଆପଣଙ୍କୁ ବହୁତ ଧନ୍ୟବାଦ। ମୁଁ ଆଶା କରୁଛି ଯେ ଆପଣ ୨୦୧୬ ଦକ୍ଷିଣ ଚୀନ୍ ସାଗର ଆର୍ବିଟ୍ରେସନ୍ ନିଷ୍ପତ୍ତି ଗ୍ରହଣ କରିବେ ଏବଂ ଏପରି ଏକପାଖିଆ କାର୍ଯ୍ୟରୁ ଦୂରେଇ ରହିବେ ଯାହା ପରିସ୍ଥିତିକୁ ଏକପାଖିଆ ପରିବର୍ତ୍ତନ କରିବ | ଏଠାରେ ସୂଚନା ଥାଉ କି କିଛି ଦିନ ପୂର୍ବେ ଦକ୍ଷିଣ ଚୀନ୍ ସାଗରରେ ଥିବା ଦୁଇଟି ବିବାଦୀୟ ଦ୍ୱୀପ ଚୀନ୍ ଅଞ୍ଚଳର ନୁହେଁ ବୋଲି ଅଷ୍ଟ୍ରେଲିଆ କହିଥିଲା । ଦକ୍ଷିଣ ଚୀନ୍ ସାଗରର ବିବାଦୀୟ ଅଞ୍ଚଳରେ ଚୀନ୍ର ଅଧିକାରକୁ ଆମେରିକା ପୂର୍ବରୁ ବିରୋଧ କରିଆସୁଛି। କିଛି ସପ୍ତାହ ପୂର୍ବରୁ ବିବାଦୀୟ ଅଞ୍ଚଳରେ ଥିବା ଚୀନ୍ ସେନା ଅଷ୍ଟ୍ରେଲିଆର ଜାହାଜକୁ ବିରୋଧ କରିଥିଲା।
-