ଚୀନର ଆଶଙ୍କା : ତାଇଓ୍ଵାନ ଉପରେ ଆକ୍ରମଣ କଲେ ୩ୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରେ

ନୂଆଦିଲ୍ଲୀ : ତାଇଓ୍ଵାନକୁ ନେଇ ବିଶ୍ୱରେ ୩ୟ ବିଶ୍ୱ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଚୀନ ଆଶଙ୍କା କରୁଛି । ଏହି ବିଶ୍ୱ ଯୁଦ୍ଧରେ ଚୀନକୁ ଏକ ସମୟରେ ତାଇଓ୍ଵାନ, ଆମେରିକା, ଭାରତ ଓ ଜାପାନ ପ୍ରଭୃତି ଦେଶଙ୍କ ସହ ଲଢିବାକୁ ପଡିପାରେ । ଏହାକୁ ଦୃଷ୍ଟିରେ ରଖି ଚୀନ ନିଜର ସାମରିକ ପ୍ରସ୍ତୁତି କରୁଛି । ଏ ନେଇ ଆମେରିକାର ସେଣ୍ଟର ଫର ନାସନାଲ ଇଣ୍ଟରେଷ୍ଟ ନାମକ ଏକ ବିଶେଷଜ୍ଞ ଗୋଷ୍ଠୀ ଏକ ରିପୋର୍ଟ ପ୍ରସ୍ତୁତ କରିଛି । ଏହି ରିପୋର୍ଟରେ ଚୀନର ଏହି ଯୋଜନା ସଂପର୍କରେ ଆଲୋଚନା କରାଯାଇଛି ।

ଚୀନ ଆଶଙ୍କା କରୁଛି ଯେ, ତାଇଓ୍ଵାନକୁ ନିଜ ସହ ମିଶାଇବା ପାଇଁ ଚୀନ ଏହି କ୍ଷୁଦ୍ର ଦେଶ ଉପରେ ଆକ୍ରମଣ କଲେ ଆମେରିକା ଚୀନ ଉପରେ ଆକ୍ରମଣ କରିବ । ଏହା ଫଳରେ ଚୀନ ଆମେରିକା ଉପରେ ପ୍ରତି ଆକ୍ରମଣ କରିବ । ଏହି ପରିସ୍ଥିତିରେ ଭାରତ ମଧ୍ୟ ଚୀନ ଉପରେ ଆକ୍ରମଣ କରିପାରେ ବୋଲି ବେଜିଂ ଆଶଙ୍କା କରୁଛି । ଏତିକିବେଳେ ତିବ୍ଦତର ସ୍ୱାଧୀନତା ସଂଗ୍ରାମୀମାନେ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିବେ । ଏଣୁ ଭାରତ ଉପରେ ଏକ ସମୟରେ ଆକ୍ରମଣ ପାଇଁ ମଧ୍ୟ ଚୀନ ପ୍ରସ୍ତୁତ ହେଉଛି । ଅନ୍ୟପକ୍ଷରେ ଜାପାନ, ଇଣ୍ଡୋନେସିଆ ମଧ୍ୟ ଚୁପ ହୋଇ ବସିବେ ନାହିଁ । ସେମାନେ ମଧ୍ୟ ଚୀନ ଉପରେ ମୌକା ଦେଖି ଆକ୍ରମଣ କରିବେ । ଏସବୁ ସମ୍ଭାବନାକୁ ନେଇ ଚୀନ ଚିନ୍ତିତ ହୋଇପଡିଛି ।

ସମ୍ବନ୍ଧିତ ଖବର