ଚୀନ ସବୁଠୁ ଶକ୍ତିଶାଳୀ ଯୁଦ୍ଧବିମାନ ଜେ-୨୦କୁ ମାରି ଖସାଇବା କ୍ଷମତା ରଖିଛି ଭାରତ

ନୂଆଦିଲ୍ଲୀ: ଭାରତୀୟ ସୀମାରେ ଚୀନ ମୃତୟନ କରିଛି ନିଜର ସର୍ବାଧୁନିକ ଷ୍ଟେଲଥ ବିମାନ ଜେ-୨୦ଚେଙ୍ଗଡୁ । ଏହି ସୁପରସୋନିକ୍‌ ଷ୍ଟେଲଥ ବିମାନ ଶବ୍ଦଠାରୁ ଅଧିକ ବେଗରେ ଯିବ ଓ ରାଡାର ଦ୍ୱାରା ଧରା ପଡିବ ନାହିଁ । କିନ୍ତୁ ଭାରତୀୟ ବାୟୁସେନା ଏହାକୁ ନେଇ ସେତେଟା ଚିନ୍ତିତ ନାହିଁ । କାରଣ ଏହାକୁ କିପରି କ୍ଷେପଣାସ୍ତ୍ର ମାରି ଖସେଇ ଦିଆଯିବ ସେହି ବ୍ୟବସ୍ଥା ଓ କ୍ଷମତା ଭାରତ ପାଖରେ ଅଛି । ଏହି ଯୁଦ୍ଧ ବିମାନକୁ ଖସାଇବା କାମ କରି ଭାରତ ପାଖରେ ଥିବା ଋଷିଆ ନିର୍ମିତ ଏସ-୪୦୦ ଟ୍ରିଅମ୍ପ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ । ଏ ସଂପର୍କରେ ଭାରତୀୟ ବାୟୁସେନାର ପୂର୍ବତନ ଉପମୁଖ୍ୟ ଏୟାର ମାର୍ଶାଲ କେକେ ନଓ୍ଵର କହିଛନ୍ତି ଯେ ଜୈ-୨୦କୁ ନେଇ ଚୀନ ଯେତେ ବଡ଼ ବଡ଼ ଦାବି କରୁଛି ତାହା ସତ୍ୟ ନୁହେଁ । ଚୀନର ଦାବିର ବିପରୀତ ଏହା ଏକ ୫ମ ପିଢି ଷ୍ଟେଲଥ ବିମାନ ନୁହେଁ । ଏଥିରେ ଲାଗିଥିବା ଡବ୍ଲୁଏସ ଇଂଜିନ ଏହାକୁ ସୁପରକ୍ରୁଜ୍‌ ବେଗେରେ ଉଡାଇପାରିବ ନାହିଁ ।

J20

 

ଋଷିଆରୁ ୫ଟି ଏସ-୪୦୦ ଟ୍ରିଅମ୍ପ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ କିଣିବାକୁ ଭାରତ ଚୁକ୍ତି କରିବାକୁ ଯାଉଛି । ପ୍ରାୟ ୩୯ ହଜାର କୋଟି ଟଙ୍କାରେ ଏହି କ୍ରୟ କରାଯିବ । ଏହି ଏସ-୪୦୦ ଶତ୍ରପକ୍ଷର ଜେଟ, ମିସାଇଲ ଓ ଡ୍ରୋନକୁ ମାରି ଖସାଇଦେବ ।

ଗତ ମାସରେ ଚୀନର ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଭାରତୀୟ ବାୟୁସେନା ଆସାମରେ ନିଜର ସବୁଠାରୁ ଲଢୁଆ ସୁଖୋଇ-୩୦ ବିମାନ ମୃତୟନ କରିବା ପରେ ଚୀନ ମଧ୍ୟ ସୀମା ସେପଟେ ନିଜର ସବୁଠାରୁ ଆଧୁନିକ ଜେ-୨୦ ଚେଙ୍ଗଡୁ ମୃତୟନ କରିଛି । ପ୍ରାୟ ଦୁଇମାସ ତଳେ ଏହା ଚୀନ ବାୟୁସେନାରେ ସାମିଲ ହୋଇଥିଲା ।

ସମ୍ବନ୍ଧିତ ଖବର