କରୋନାଭାଇରସ୍ ପାଇଁ ମାସ୍କର ଚାହିଦା ବଢ଼ୁଥିବା ଦେଖି ଦାମ୍ ବଢ଼ାଇବା ମହଙ୍ଗା ପଡ଼ିଲା, ଔଷଧ ଦୋକାନୀ ଉପରେ ଲାଗିଲା ୩ କୋଟିର ଜରିମାନା

ନୂଆଦିଲ୍ଲୀ: ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବା ବେଳେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ୧୭୦ଜଣ କରୋନାଭାଇରସର ଶିକାର ହୋଇ ମୃତ୍ୟୁବରଣ କରି ସାରିଥିବା ବେଳେ ୭,୭୦୦ରୁ ଊର୍ଦ୍ଧ୍ବ ଲୋକ‌େ ସଂକ୍ରମିତ ହୋଇ ସାରିଛନ୍ତି। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବା ଦେଖି ଲୋକେ ନିଜକୁ ସୁରକ୍ଷା ଦେବା ପାଇଁ ମାସ୍କ କିଣୁଛନ୍ତିି। କିନ୍ତୁ ହଠାତ୍ ମାର୍କେଟରେ ମାସ୍କର ଚାହିଦା ବଢ଼ୁଥିବା ଦେଖି କିଛି ଔଷଧ ଦୋକାନୀ ଏହାର ଦାମ୍ ବଢ଼ାଇ ବିକ୍ରି କରୁଥିବା ନେଇ ଏବେ ଖବର ସାମ୍ନାକୁ ଆସିଛି।

ଚୀନ୍ ଅଧିକାରୀମାନଙ୍କୁ ଏ ନେଇ ସୂଚନା ମିଳିବା ପରେ ତଦନ୍ତ ଆରମ୍ଭ କରାଯାଇଥିଲା।  ପରେ ଚୀନର ରାଜଧାନୀ ବେଜିଙ୍ଗରେ ଥିବା ଏକ ଔଷଧ ଦୋକାନରେ ମାସ୍କର ଦାମ୍ ୬ଗୁଣ ବଢ଼ାଯାଇ ବିକ୍ରି କରାଯାଉଥିବା ସାମ୍ନାକୁ ଆସିଥିଲା।  ଏବେ ଔଷଧ ଦୋକାନ ଉପରେ ୩କୋଟି ଟଙ୍କାର ଜରିମାନା ଲଗାଇଛି ପ୍ରଶାସନ । ଦୋକାନୀଜଣକ ୬ଗୁଣ ଦାମ୍ ବଢ଼ାଇ ମାସ୍କ ବିକ୍ରି କରୁଥିଲେ ମଧ୍ୟ ପରିସ୍ଥିତିକୁ ଦେଖି ଲୋକେ ବାଧ୍ୟ ହୋଇ ମାସ୍କ କିଣୁଥିଲେ।

indiatimes.com

ଏମିତିକି ସଙ୍ଘାଇରେ କିଛି ଦୋକାନ ସାଧାରଣ ମାସ୍କକୁ ଅଧିକ ଟଙ୍କାରେ ବିକ୍ରି କରୁଥିବାରୁ ସେଗୁଡ଼ିକୁ ଏବେ ବନ୍ଦ କରିଦିଆଯାଇଛି।

ସମ୍ବନ୍ଧିତ ଖବର