ତାଇପେଇ : ତାଇଓ୍ବାନକୁ ଆମେରିକା ପ୍ରତିନିଧି ସଭା ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତ ପରେ ଚୀନ ପକ୍ଷରୁ ଗୁରୁବାରଠାରୁ ଏକ ବଡ଼ ଧରଣର ଯୁଦ୍ଧାଭ୍ୟାସ ଆରମ୍ଭ କରାଯାଇଛି । ତାଇଓ୍ବାନର ଚାରିପଟେ ଗଭୀର ସମୁଦ୍ରରେ ଥିବା ୬ଟି ଜୋନରେ ଏହି ଯୁଦ୍ଧାଭ୍ୟାସ କରାଯାଉଛି । ଏହି ଯୁଦ୍ଧାଭ୍ୟାସରେ ଚୀନର ରକେଟ ଫୋର୍ସ, ନୌସେନା,ବାୟୁସେନା ଓ ସେନା ଅଂଶଗ୍ରହଣ କରୁଛି । ଚୀନ ପକ୍ଷରୁ ଏହାକୁ ଯୁଦ୍ଧାଭ୍ୟାସ କୁହାଯାଉଥିଲେ ବି ତାହା ଏକ ପ୍ରକୃତ ଯୁଦ୍ଧର ଭ୍ରମ ସୃଷ୍ଟି କରୁଛି ।
ଚିନ୍ତାଜନକ କଥା ହେଉଛି ଚୀନର ରକେଟ ଫୋର୍ସ ପକ୍ଷରୁ ତାଇଓ୍ବାନ ଉପର ଦେଇ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଛି । ଚୀନ ଉପକୂଳରୁ ନିକ୍ଷେପ ହୋଇଥିବା ଶକ୍ତିଶା​ଳୀ ଡୋଙ୍ଗଫେଙ୍ଗ-୧୬ ବାଲିଷ୍ଟିକ କ୍ଷେପଣାସ୍ତ୍ର ଗୁଡ଼ିକ ତାଇଓ୍ବାନ ଉପରଦେଇ ସମୁଦ୍ରରେ ପଡ଼ୁଛି । କେବଳ ଏତିକି ନୁହେଁ ତାଇଓ୍ବାନ ବାୟୁସୀମା ନିକଟ ଦେଇ ଚୀନର ହେଲିକପ୍ଟର ଓ ଲଢୁଆ ବିମାନ ଉଡ଼ିବାରେ ଲାଗିଛି ।
ଏହାକୁ ନେଇ ତାଇଓ୍ବାନ ଚିନ୍ତିତ ହୋଇପଡ଼ିଛି । ତାଇଓ୍ବାନ ପକ୍ଷରୁ କୁହାଯାଇଛି ଯେ ସେମାନେ ଯୁଦ୍ଧ ଚାହନ୍ତି ନାହିଁ, ମାତ୍ର ଯୁଦ୍ଧ ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି । ଚୀନର ମୁକାବିଲା କରିବାକୁ ତାଇଓ୍ବାନ ନିଜ ସେନାକୁ ପ୍ରସ୍ତୁତ ରଖିଛି । ଏହା ସହିତ ତାଇଓ୍ବାନ ପକ୍ଷରୁ ନିଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରିଦିଆଯାଇଛି । ତାଇଓ୍ବାନ ପାଖରେ ଆମେରିକା ପ୍ରଦତ୍ତ ଶକ୍ତିଶାଳୀ ପାଟ୍ରିୟଟ୍ ମିସାଇଲ ସିଷ୍ଟମ ରହିଛି । ଏହା ଅତ୍ୟନ୍ତ ଦକ୍ଷତାର ସହ ଚୀନର କ୍ଷେପଣାସ୍ତ୍ର ଓ ବିମାନକୁ ଖସାଇ ପାରିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/1659600180-62eb7d3424992.jpg)