ନେପାଳ ସୀମାରେ ଚୀନ୍‌ର ଭାରତ ବିରୋଧୀ ବିକ୍ଷୋଭ

କାଠମାଣ୍ଡୁ : ପୂର୍ବ ଲଦାଖରେ ସୀମା ବିବାଦକୁ କେନ୍ଦ୍ର କରି ଭାରତ-ଚୀନ୍‌ ମଧ୍ୟରେ ଦୀର୍ଘ ମାସ ହେଲା ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି। ଏହି ସମୟରେ ଚୀନ କର୍ତ୍ତୃପକ୍ଷ ନେପାଳ ସୀମାରେ ଭାରତ ବିରୋଧୀ ବିକ୍ଷୋଭ ପ୍ରଦର୍ଶନର ଆୟୋଜନ କରାଇଥିବା ଗୁଇନ୍ଦା ସୂଚନା ମିଳିଛି। ଏପରିକି ବେଜିଂ ପ୍ରଶାସନ ଏଭଳି ଶୋଭାଯାତ୍ରା ଓ ବିକ୍ଷୋଭ ପାଇଁ ନେପାଳର ବିଭିନ୍ନ ସଂଗଠନକୁ ଅଢ଼େଇ କୋଟି ଟଙ୍କା ପ୍ରଦାନ କରିଥିବା ଜଣାଯାଇଛି। ନେପାଳ ସ୍ଥିତ ଚୀନ ଦୂତାବାସ ମାଧ୍ୟମରେ ଏହି ଅର୍ଥ କାରବାର ହୋଇଛି। ଏହି ବିକ୍ଷୋଭରେ ଭାରତ ସହ ସଦ୍ୟ ସୀମା ବିବାଦ ଏବଂ ନେପାଳର ଆଭ୍ୟନ୍ତରୀଣ ରାଜନୈତିକ ମାମଲାରେ ଭାରତର ହସ୍ତକ୍ଷେପ ଆଦି ବିଷୟବସ୍ତୁ ରହିଛି।

ଏଠାରେ ସ୍ମରଣଯୋଗ୍ୟ, ଭାରତ ଓ ନେପାଳ ମଧ୍ୟରେ ୧୭୦୦ କିମି ଦୀର୍ଘ ସୀମାରେଖା ରହିଛି। ତେବେ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ମନେ ହେଉଥିବା ଉତ୍ତରାଖଣ୍ଡର ଲିପୁଲେଖ ଗିରିପଥ ଓ ଧରଚୁଳାକୁ ସଂଯୋଗ କରୁଥିବା ୮୦ କିମି. ଦୀର୍ଘ ରାଜପଥକୁ ଗତ ମେ ୮ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକାର୍ପିତ କରିବା ପରଠାରୁ ଭାରତ ସହ ନେପାଳର ସମ୍ପର୍କ ତିକ୍ତ ହୋଇ ଆସିଛି। ଏ ପରିପ୍ରେକ୍ଷୀରେ ନେପା​ଳୀମାନଙ୍କୁ ଭାରତ ବିରୋଧରେ ଉସୁକାଇବା ପାଇଁ ଚୀନ୍‌ ମସୁଧା ଚଳାଇଛି।

ସମ୍ବନ୍ଧିତ ଖବର